ବରପାଲି ବ୍ଲକରେ ମତଦାନ କଲେ ଶହେ ବର୍ଷୀୟ ବୃଦ୍ଧା

ବରଗଡ଼: ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରପାଲି ବ୍ଲକର ଅଗଲପୁର ବୁଥରେ ଭୋଟ ଦେଇଛନ୍ତି ଜଣେ ଶହେ ବର୍ଷୀୟ ବୃଦ୍ଧା ଲୋଚନା ନାଏକ । ତେବେ ବଡ କଥା ହେଲା କି ପରିଣତ ବୟସରେ ବି ଭାଟ ଦେବାକୁ ତାଙ୍କ ମନରେ ଭରି ରହିଥିଲା ପ୍ରବଳ ଉତ୍ସାହ । ଆଉ ଭୋଟ ଦେଇ ବିଜେପୁରର ସବୁଠାରୁ ଅଧିକ ବୟସର ମତଦାତା ଭାବେ ଭାଟ ଦେଇ ରେକର୍ଡ କରିଛନ୍ତି ଲୋଚନା । ବୟସ ସିନା ଶହେ ପାର କରିଛି କିନ୍ତୁ ମତଦାନ କରିବା ପାଇଁ ଲୋଚନଙ୍କ ମନ ଭିତରେ ଉତ୍ସାହ ଭରି ରହିଛି । ଖାସ ଏଇଥି ପାଇଁ ତାଙ୍କ ପାଇଁ ପ୍ରଶାସନ ତରପରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏପରିକି ବୟସାଧିକ୍ୟ କାରଣରୁ ମତଦାନ କେନ୍ଦ୍ରରେ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଉ ଲାଚନାଙ୍କ ମତଦାନ ଦେବାର ଏଭଳି ଆଗ୍ରହ ଅନ୍ୟ ମତଦାତାଙ୍କ ପାଇଁ ସନ୍ଦେଶ ଦେଇ ଯାଇଛନ୍ତି । ସୂଚନା ଯୋଗ୍ୟ, ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କ ଭିତରେ ବିଜେପୁରରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି ।
ବିଜେପୁର ନିର୍ବାଚନ ମଣ୍ଡଳୀରେ ମାଟ ୨୮୫ଟି ବୁଥରେ ମତଦାନ ଚାଲିଛି । ଏଥିରୁ ୬ଟି ବୁଥ ଅତି ସମ୍ବେଦନଶୀଳ ଓ ୧୨୯ଟି ସମ୍ବେଦନଶୀଳ ବୁଥ ରହିଛି । ଉପନିର୍ବାଚନରେ ମାଟ ୨ ଲକ୍ଷ ୩୨ ହଜାର ୫୫ ଜଣ ଭାଟର ସେମାନଙ୍କ ମତ ଅଧିକାର ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ମଧ୍ୟରେ ୧ଲକ୍ଷ ୧୯ ହଜାର ୯୩୯ ଜଣ ପୁରୁଷ ଓ ୧ ଲକ୍ଷ ୧୨ ହଜାର ୧୦୧ ମହିଳା ଏବଂ ୧୫ ଜଣ ତୃତୀୟ ଲିଙ୍ଗୀ ଭାଟର ଅଛନ୍ତି । ତେବେ ଦିବ୍ୟାଙ୍ଗ ଭାଟରମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗମାନଙ୍କୁ ମତଦାନ କେନ୍ଦ୍ର ଯାଏଁ ଆଣିବା ପାଇଁ ମାଟ ୨୩୨୧ଟି ଗାଡିର ବ୍ୟବସ୍ଥା କରାଯାଇଛି । ଭାଟ କେନ୍ଦ୍ର ଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୮ଟି ବୁଥରେ ୱେବକାଷ୍ଟିଂ, ୧୪ଟି ବୁଥରେ ସିସିଟିଭି, ୧୬ଟି ବୁଥରେ ମତାଦାନର ଭିଡିଓଗ୍ରାଫି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ