ବରଫ ଚାଦରରେ ଘୋଡ଼।ଇ ହୋଇଛି ଶ୍ରୀନଗର
ଶ୍ରୀନଗର: ବରଫ ଚାଦରରେ ଘୋଡାଇ ହୋଇଗଲାଣି ଜମ୍ମୁ-କଶ୍ମୀରର ଶ୍ରୀନଗର । ଏବେ ଶ୍ରୀନଗରରେ ଚାରରିଆଡେ ଲାଗି ରହିଛି ବରଫ ପାତ । ପରିବେଶ ଏପରି ହୋଇଛି ଦେଖିଲେ ଲାଗିବ ସତେ ଯେମିତି କିଏ ଗୋଟିଏ ଧଳା ଚାଦର ଶ୍ରୀନଗର ସହର ଉପରେ ଘୋଡାଇ ଦେଇ ଯାଇଛି କି! ମାଟି ଉପରେ ବରଫର ଆସ୍ତରଣ ଦେଖିବାକୁ ମିଳିଛି । ଘର ଉପରେ ଜମି ରହିଛି ବରଫ ହିଁ ବରଫ ।
କଶ୍ମୀରର ରାଜପଥ ଘୋଡ଼େଇ ହାଇ ରହିଛି ବରଫର ବହଳିଆ ଆସ୍ତରଣ । ଏହା ମଧ୍ୟରେ ବାଟରେ ଅଟକି ରହିଛି ଅନେକ ଗୁଡ଼ାଏ ଗାଡି । ଫଳରେ ଶ୍ରୀନଗର ବୁଲିବାକୁ ଆସିଥିବା ପର୍ୟ୍ୟଟକଙ୍କ ସମସ୍ୟା ବି ବଢ଼଼ି ବଢ଼ି ଚାଲିଛି । ବରଫ ପାତ ଜାର ହେବା ସହିତ ବିଜୁଳି କାଟ ବି ହୋଇଛି । ବିଜୁଳି ସେବା ଏବେ ପୂରା ଅଚଳରେ ହୋଇଥିବା ସୂଚନା ରହିଛି । ପାଣି ସେବା ବି ମିଳିନି ଲୋକଙ୍କୁ । ପାଣି ଓ ବିଜୁଳି ଅଭାବରୁ ଲାକେ ହନ୍ତସନ୍ତ ହେଉଛନ୍ତି ।


