ବରାଙ୍ଗ ଠାରେ ଚାଲିଥିବା ଚନ୍ଦନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଡଅଁର ବରାଙ୍ଗ ନିକଟରେ ଚାଲିଥିବା ଚନ୍ଦନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ରଘୁନାଥପୁର କ୍ରିକେଟ କ୍ଲବ କୁଆଡ କ୍ରିକେଟ କ୍ଲବକୁ ପରାସ୍ତର କରି ଚମ୍ପିୟନ ହୋଇଛି । ଏହାର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୩୭ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟ ତଥା ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ସମ୍ମାନୀତ ଅତିଥି ଭାବେ ଯୁବ ବିଜେଡି ନେତା ଇଂ ବିଶ୍ୱନାଥ ପ୍ରତାପ ଜେନା, ସମଣା ସରପଞ୍ଚ ଜଗବନ୍ଧୁ କାଣ୍ଡି, ଯୁବନେତା ବଳରାମ ମଲ୍ଲିକ ପ୍ରମୁଖ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଅରୁପ କୁମାର ସା ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ । ବଜରଙ୍ଗ କମିଟିର ସଦସ୍ୟମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।