ବରାଳସାହି ରାସ୍ତା ଅବସ୍ଥା ଶୋଚନୀୟ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ୯ ଓ ୧୦ ନଂ.ୱାର୍ଡକୁ ସଂଯୋଗ କରୁଥିବା ବରାଳସାହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଫଳରେ ଲୋକ ମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ପଧାନପଡା ପଞ୍ଚାୟତ ୯ ଓ ୧୦ ନଂ.ୱାର୍ଡ ଅଧିନ ବରାଳସାହି, ପୋଖରୀଆଡି, ପଧାନପଡା ଶାସନର ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ୱ ଲୋକ ବରାଳସାହି ରାସ୍ତା ଉପରେ ନିର୍ଭର କରୁଛନ୍ତି । ଦୀର୍ଘ ବର୍ଷ ହେବ ଏହି ରାସ୍ତା ମରାମତି ହୋଇନଥିବାରୁ ଏହା ଏବେ ଯାତାୟତ ପାଇଁ ଅନୁପଯୋଗୀ ହୋଇପଡିଛି । ଉକ୍ତ ରାସ୍ତା ଦେଇ ଦୈନନ୍ଦିନ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯାତାୟତ କରୁଥିବା ବେଳେ ସାଧାରଣଲୋକ ମାନେ ଯାଆସ କରୁଛନ୍ତି । ମରାମତି ଅଭାବରୁ ଖାଲଖମାରେ ଏହି ରାସ୍ତା ପରିପୂର୍ଣ୍ଣ ହୋଇପଡିଛି । ଏବେ ବର୍ଷା ଦିନେ ରାସ୍ତାରେ ପାଣି ଛିଡା ହେବା ଯୋଗୁ ଲୋକ ମାନେ ନାହିଁନଥିବା ଦୁର୍ଦ୍ଦଶାରେ ସମ୍ମୁଖୀନ ହେଉଛନ୍ତି । ଏପରିକି ବହୁ ସମୟରେ ଲୋକେ ଦୁର୍ଘଟଣାରେ ଶୀକାର ହେଉଛନ୍ତି । ଉକ୍ତ ରାସ୍ତାକୁ ତୁରନ୍ତ ମରାମତି କରିବା ନେଇ ବସନ୍ତ ନାୟକ, କରୁଣାକର ସାହୁ, ପଦ୍ମାବତୀ ନାୟକ, ରମାକାନ୍ତ ସେଠୀଙ୍କ ସମେତ ବହୁ ଗ୍ରାମବାସୀ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ