ବରିଷ୍ଟ ଶିକ୍ଷକ ଶ୍ରୀଧର ସାରଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ବରିଷ୍ଟ ଶିକ୍ଷକ ସ୍ୱର୍ଗତ ଶ୍ରୀଧର ନାୟକଙ୍କ ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ଗୁଲନଗରସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ନଳିନୀ କାନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଶ୍ରଦ୍ଧାସୁମନ ଅର୍ପଣ କରି କହିଥିଲେ ଯେ ସ୍ୱର୍ଗତ ନାୟକ ଜଣେ ସଚ୍ଚୋଟ ଓ କର୍ମମୟ ଶିକ୍ଷକ ଥିଲେ । ଏଥିସହିତ ତାଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରାପଡା ନଗରପାଳ ଧିରେନ ସାହୁ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ହେମନ୍ତ ସାହୁ, ଗୁଲନଗର ସରପଞ୍ଚ ପ୍ରତିନିଧି କରୁଣାକର ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନାୟକଙ୍କ ଗୁଣଗାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ନଳିନୀ କାନ୍ତ ସୂଚନା ଦେଇ କହିଥିଲେ ଯେ ସ୍ୱର୍ଗତ ନାୟକ ନାଉପାଳ, କୋରୁଆ, ଗାଙ୍ଗପଡା, କଂସାର, ତରାଣ୍ଡୋ ପ୍ରଭୃତି ସ୍କୁଲରେ କାର୍ଯ୍ୟକରି ୧୯୮୫ମସିହାରେ ଅବସର ଗ୍ରହଣ କରିଥିଲେ । ସ୍ୱର୍ଗତ ନାୟକ ତୁଳସୀ କ୍ଷେତ୍ର ସାରସ୍ୱତ ସଙ୍ଘର(ଜୟଗୁରୁ ଆଶ୍ରମ କେନ୍ଦ୍ରାପଡା) ୨୦ବର୍ଷକାଳ ସଭାପତି ଭାବରେ ସୁଚାରୁ ରୁପେ କାର୍ଯ୍ୟ କରିଥିଲେ । ଏହି ଅବସରରେ କେନ୍ଦ୍ରାପଡା ତୁଳସୀ କ୍ଷେତ୍ର ସାରସ୍ୱତ ସଙ୍ଘ ପକ୍ଷରୁ ଜୟଗୁରୁ ଆଶ୍ରମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ପରେଶ ଚନ୍ଦ୍ର ଦାସ, ମନୋଜ କୁମାର ସ୍ୱାଇଁ, ପ୍ରଭାତ କୁମାର ପରିଡା, ସୁବ୍ରତ ସାମଲ, ସାବିର ଖାନ, ଅଲେଖ ନାୟକ, ଅସିତ ପଣ୍ଡା, ଚିତ୍ତରଞ୍ଜନ ପୃଷ୍ଟି, ରାଜୁ କୁବେର, ସାଇକେଲ କ୍ଲବର ସଦସ୍ୟମାନେ ଓ ଜୟଗୁରୁ ଆଶ୍ରମର ଭକ୍ତମାନେ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପୁତ୍ର ଜ୍ଞାନରଞ୍ଜନ, ତରୁଣକାନ୍ତ, ଲକ୍ଷ୍ମିକାନ୍ତ ପ୍ରମୁଖ ଏହି ଶ୍ରଦ୍ଧାଞ୍ଜଳି ସଭାକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ