ବରିଷ୍ଠଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରୟାସ, ବାଣ୍ଟିଲେ କମ୍ବଳ ଓ ବସ୍ତ୍ର

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଶୀତ ସମୟରେ କିଛି ଗରୀବ ଶ୍ରେଣୀର ବୃଦ୍ଧ ଓ ବୃଦ୍ଧାଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରୟାସ କରିଛନ୍ତି କନ୍ଧମାଳ ଜିଲାର ବିଭିନ୍ନ ସଂଗଠନ। କନ୍ଧମାଳ ସ୍କାଇଲ୍‍ ଟିମ୍‍ର ସଦସ୍ୟ ମାନେ ଫୁଲବାଣୀ ବ୍ଳକ ଅନ୍ତର୍ଗତ କଟ୍ରିଙ୍ଗିଆ ଅଞ୍ଚଳରେ ପହଞ୍ଚି ନିଜେ ଚି଼ହ୍ନଟ  କରି କିଛି ଗରୀବ ଶ୍ରେଣୀର ବୃଦ୍ଧ ଓ ବୃଦ୍ଦା ମାନଙ୍କୁ ପ୍ରଦାନ କରିଥିଲେ କମ୍ବଳ ଓ ବସ୍ତ୍ର। ଏଥିରେ ଟିମ୍‍ର ଆବାହକ ଅନିଲ୍‍ କୁମାର ଦିଗାଲଙ୍କ ନେତୃତ୍ୱରେ ସଦସ୍ୟ ବିଜୟ ଲକ୍ଷ୍ମୀ ଭୋଇ, ଶୁଭଲକ୍ଷ୍ମୀ ଭୋଇ, ଧରିତ୍ରିି ପ୍ରଧାନ, ସୁବାଷ ଚନ୍ଦ୍ର ମଲିକ, ଶରତ କୁମାର କଟା, ସ୍ୱର୍ଣ୍ଣଲତା ପାତ୍ର, ଭକ୍ତିମୟୀ ବେହେରା, ସୁବାଷ ଚନ୍ଦ୍ର ମଲିକ, ଅନ୍ନପୂର୍ଣ୍ଣା ପ୍ରଧାନ, ବିବେକ ରଂଜନ ମହାପାତ୍ର, ଜଗନ୍ନାଥ ବେହେରା ପ୍ରମୁଖ ସାମିଲ୍‍ ହୋଇ ବଣ୍ଟନ କରିଥିଲେ। ସେହିଭଳି ୟୁଥ୍‍ ଅଫ୍‍ କନ୍ଧମାଳ ପକ୍ଷରୁ ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଟକଲି, ଖଲିବେରେନା, ବିଜୁଳିସାହି, କୁଚିଲାଝର ଆଦି ଗ୍ରାମରେ ପହଞ୍ଚି ଗରୀବ ଓ ବୃଦ୍ଧା ଓ ବୃଦ୍ଧମାନଙ୍କୁ ପ୍ରଦାନ କରିଥିଲେ କମ୍ବଳ। ସଂଗଠନର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ ଶିବ ସୁନ୍ଦର ସାହୁ, ଗୌତମ ହଂସ, ବଳରାମ ବିନ୍ଧାଣୀ ଓ ଅନ୍ୟମାନେ ଏଥିରେ ସାମିଲ୍‍ ହୋଇ ବଣ୍ଟନ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ