ବରିଷ୍ଠ ଅଧ୍ୟାପକଙ୍କ ଅବସରକାଳୀନ ସଭା
ବ୍ରହ୍ମପୁର,(ଅନିଲ କୁମାର): ଡୁରାସ୍ଥିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ମଙ୍ଗୁଳିଅା ସେଣ୍ଡଙ୍କୁ ଅବସରକାଳନୀ ବିଦାୟ ସମ୍ବର୍ଦ୍ଧନା ଦିଅା ଯାଇଛି ଏହି ଅବସରରେ ଏକ ଅବସରକାଳୀନ ସଭା ଅନୁଷ୍ଠିତ ହୋଇଥିତ୍ଲା ଏହି ସଭାରେ ଅଧ୍ୟକ୍ଷା ସରମିଳା ପଣ୍ଡା ପୌରୋହିତ୍ୟ କରିଥିଲେ ଏହି ଅବସରରେ ଶ୍ରୀ ସେଣ୍ଡଙ୍କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ମାନପତ୍ର ପ୍ରଦାନ କରିଥିଲେ ଡ. ଗଗନ ବିହାରୀ ପୁରୋହିତ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ମାନପତ୍ର ପଠନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଡ. ସୁଦର୍ଶନ ସାହୁ, ଡ. ଈଶ୍ୱରୀ ପ୍ରସାଦ ସାହୁ, ନୀଳମାଧବ ପଣ୍ଡା, ଡ. କବିନ୍ଦ୍ର ସେଠୀ ପ୍ରମୁଖ ଅଧ୍ୟାପକ/ଅଧ୍ୟାପିକାମାନେ ଅଧ୍ୟାପକ ସେଣ୍ଡଙ୍କ ଗୁଣଗାନ କରିବା ସହ ଦୀର୍ଘ ନିରାମୟ ଜୀବନ କାମନ କରିଥିଲେ ଶେଷରେ ଡ. ହରିହର ମୁନି ଧନ୍ୟବାଦ ଦେଇଥିଲେ ରାମନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ


