ବରିଷ୍ଠ ଆଇନଜୀବୀଙ୍କ ବିୟୋଗରେ ଓକିଲ ସଂଘ ପକ୍ଷରୁ ଶୋକସଭା

ଛତ୍ରପୁର, (ଓ୍ବାଇଏନ୍ଏସ୍):ଛତ୍ରପୁର ଓକିଲ ସଂଘର ସଭ୍ୟ ତଥା ସ୍ଥାନୀୟ ଭାସ୍କର ରାଓପେଟା ସାହିର ବାସିନ୍ଦା ବରିଷ୍ଠ ଆଇନଜୀବୀ କେ.ରାମଚନ୍ଦ୍ର ରାଓଙ୍କ ଶନିବାର ବିଶାଖା ପାଟଣାଠାରେ ବିୟୋଗ ଘଟିଛି । ସେ ଜଣେ ମେଳାପି, ବନ୍ଧୁ ବାତ୍ସଲ୍ୟ, ପରୋପକାରୀ ଓ ଦକ୍ଷ୍ୟ ଆଇନଜୀବୀ ଭାବେ ଛତ୍ରପୁର ଅଂଚଳରେ ସୁପରିଚିତ ଥିଲେ । ତାଙ୍କର ବିୟୋଗରେ ଛତ୍ରପୁର ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଏ ନେଇ ଆଜି ଛତ୍ରପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ସଂଘର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ଅମରେଶ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମୃତ ଶ୍ରୀ ରାଓଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତ ସଭ୍ୟମାନେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ପରେ ଜଣେ ଜଣେ କରି ବହୁ ସଭ୍ୟମାନେ ଗୁଣଗାନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସେକ୍ରେଟାରୀ ପ୍ରଦୀପ କୁମାର ପାଢ଼ୀ, ଉପସଭାପତି ରଘୁନାଥ ମହାନ୍ତି, ସଭ୍ୟ ଦେବେନ୍ଦ୍ର ମିଶ୍ର ଓ ଚୈତନ୍ୟ ପ୍ରଧାନ, ପୂର୍ବତନ ଓକିଲ ସଂଘ ସଭାପତି କେ.ଶିବରାମ ରେଡ୍ଡି, ରାମଚନ୍ଦ୍ର ବେହେରା, ସରକାରୀ ଓକିଲ ମନୋଜ କୁମାର ପାଢ଼ୀ, ଭୈରବୀ କୁମାର ପଟ୍ଟନାୟକ, ଡମିନାଥ ସାହୁ, ସୁରେଶ ପଣ୍ଡା, ଆଇନଜୀବୀ ଅଶୋକ ଚୌଧୁରୀ, ନିତ୍ୟାନନ୍ଦ ମୁଦୁଲି, ସଂଜୟ ବେହେରା, କୃଷ୍ଣଚନ୍ଦ୍ର ସାହୁ (ସାନ), ବ୍ରଜମୋହନ ଆଚାର‌୍ୟ୍ୟ, ପି.ଧର୍ମା ରେଡ୍ଡି, ଡ.ରାଜେନ୍ଦ୍ର କୁମାର ଦାସ, ସିଏଚ.ଜ୍ୟୋତି କୁମାରୀ, ଏଲ.ଗୋପି, ମନୋଜ କୁମାର ବେହେରା, ଏ.ଶ୍ୟାମ କୁମାର, ପର୍ଶୁରାମ ଗୌଡ଼, ସମୀର କୁମାର ପାଣିଗ୍ରାହୀ, ସୁରେଶ ସେନାପତି, ନିରାକାର ମାଳିଙ୍କ ସମେତ ବହୁ ସଂଘର ସଭ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ