ବରିଷ୍ଠ ଆଇନଜୀବୀ କୃଷ୍ଣ ମୋହନଙ୍କ ବିୟୋଗରେ ଶୋକସଭା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ପ୍ରେସ କ୍ଲବରେ ସ୍ୱର୍ଗତ କୃଷ୍ଣ ମୋହନ ପଟ୍ଟନାୟକଙ୍କ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବହୁ ବରିଷ୍ଠ ସାମ୍ବାଦିକ ଉପସ୍ଥିତ ରହି ତାଙ୍କ ଫୋଟ ଚିତ୍ରରେ ଧୁପ ଦୀପ ଓ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି. ଏହି ଅବସରରେ ତାଙ୍କ ଜୀବନର ବହୁ ମହନୀୟ କାର୍ଯ୍ୟାବଳୀକୁ ପ୍ରଶଂସା କରାଯାଇଥିଲା । ସ୍ୱର୍ଗତ କୃଷ୍ଣମୋହନ ଜଣେ ବରିଷ୍ଠ ଆଇନଜୀଵୀ ଭାବେ ସହରରେ ବେଶ ପ୍ରତିଷ୍ଠିତ । ଏଥିସହ ସମାଜ ସେବାରେ ତାଙ୍କ ଅବଦାନ ଯଥେଷ୍ଟ ଥିଲା । ଜଣେ ସାମ୍ବାଦିକ ଭାବେ ମଧ୍ୟ ତାଙ୍କର ଅବଦାନ ବେଶ ରହିଛି I ତାଙ୍କ ବିୟୋଗରେ ଗଜପତି ସାମ୍ବାଦିକ କ୍ଷେତ୍ରରେ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇଥିଲା । ଉପସ୍ଥିତ ସମସ୍ତେ କୃଷ୍ଣମୋହନଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହି ଅବସରରେ ଗରୁଡ ଧ୍ଵଜ ଚୌଧୁରୀ, ଦ୍ବିଜେନ୍ଦ୍ରନାଥ ପାଢ଼ୀ, ପ୍ରଦୀପ ନାୟକ, ବିଧାନ ଚୌଧୁରୀ, ସରୋଜ ବିର, ସୁଜିତ୍ ବିଷୋୟୀ, ଆମୋଦ ବର୍ଷନ, ଲୋକନାଥ ପଣ୍ଡା, ଏମ ସେଖର ରାଓ, ପି. ଅନିଲ, ରାମ ଗୋବିନ୍ଦ ଆଚାର୍ଯ୍ୟ, ଗିରିଧାରୀ ପରିଛା, ସନ୍ତୋଷ ପଟ୍ଟନାୟକ, ହେମନ୍ତ ପ୍ରଧାନ, ରଶ୍ମି ରଞ୍ଜନ ମିଶ୍ର, ସଞ୍ଜୟ କୁମାର ପାଢୀ, ପ୍ରେମ ଲାଲ ମିଶ୍ର, ବିଜୟ କୁମାର ଗୌଡ, ପ୍ରଭାତ ପାତ୍ର, ପ୍ରେମାନନ୍ଦ ପଣ୍ଡା, ସଞ୍ଜିବ ପାଣି, ଭଗବତ ପାଢି , ଅଶୋକ କୁମାର, ପି.ରାମୁ, ଡମ୍ବୁରୁଧର ପଲେଇ, ଗଣେଶ ରାଜୁ, ବାଳକୃଷ୍ଣ ପାଣିଗ୍ରାହୀ, ସନ୍ତୋଷ ପାଟ ଯୋଶୀ, କୈଳାଶ ସୁଆଲ ସିଂ, ରାଜେନ୍ଦ୍ର ଭୁକୁତା, ବିଭୁତି ନାୟକ, ସୁଶାନ୍ତ ଜେନା, ଶିଶିର ଗୌଡଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ