ବରିଷ୍ଠ ଆଇନଜୀବୀ ଗୋପବନ୍ଧୁ ପଣ୍ଡାଙ୍କ ଦେହାନ୍ତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବାରର ସର୍ବ ବରିଷ୍ଠ ଆଇନଜୀବୀ ପୂର୍ବତନ ସରକାରୀ ଓକିଲ ଗୋପବନ୍ଧୁ ପଣ୍ଡାଙ୍କର ଭୂବନେଶ୍ୱରରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ କେନ୍ଦ୍ରାପଡା ସହରରେ ଗଭିର ଶୋକ ପ୍ରକାଶ ପାଇଛି । ତାଙ୍କ ମର ଶରୀରକୁ ଭୁବନେଶ୍ୱରରୁ କେନ୍ଦ୍ରାପଡା ସହରର ମନକରପୁରସ୍ଥିତ ବାସଭବନକୁ ଅଣାଯାଇଥିଲା । ଜିଲ୍ଲା ଓକିଲ ସଙ୍ଘର ବହୁ ଓକିଲ ତାଙ୍କ ମନକରପୁରସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ପଣ୍ଡାଙ୍କ ବିୟୋଗରେ ଏକ ଶୋକ ସଭା ଜିଲ୍ଲା ଓକିଲ ସଂଘ ସଭା ଗୃହରେ ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲା ଜଜ୍ ବିଶ୍ୱଜିତ ମହାନ୍ତିଙ୍କ ସମେତ ସମସ୍ତ ବିଚାରପତି ଯୋଗ ଦେଇ ସ୍ୱର୍ଗତ ପଣ୍ଡାଙ୍କ ବିୟୋଗରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶ୍ରୀ ପଣ୍ଡା ଜଣେ ଗୋଲ୍ଡ ମେଡାଲିଷ୍ଟ ଥିଲେ । ସେ ବିଭିନ୍ନ ମକଦ୍ଦମା ପରିଚାଳନା କରି ବହୁବାର ବିଜୟ ଲାଭ କରି ପୁରସ୍କୃତ ହୋଇଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଧନୁର୍ଦ୍ଧର ନାୟକ, ପ୍ରଭାତ ପ୍ରଧାନ, ବରିଷ୍ଠ ଆଇନଜୀବୀ ଧ୍ରୁବ ଚରଣ ଜେନା, ପ୍ରଭାତ ଅଧିକାରୀ, ଭୀମସେନ ଭୂୟାଁ, ଅକ୍ଷୟ ମହାନ୍ତି, ବୈଦ୍ୟନାଥ ଚାଟାର୍ଜୀ, ସରକାରୀ ଆଇନଜୀବୀ ସଂଜୟ କୁମାର ଜେନା, ଦେବଦାସ ମହାନ୍ତି, ବ୍ରଜସୁନ୍ଦର ରାଉତ, ନିରଞ୍ଜନ ବଳ, ମହେଶ୍ୱର ବେହେରା, ସୁବାଷ ଦାସ, ବିଭୁ ପ୍ରସାଦ ମିଶ୍ର, ରମେଶ ଚନ୍ଦ୍ର ଲେଙ୍କା, ଦିଲ୍ଲୀପ କୁମାର ପରିଡା, ମୋହନ ସାହୁ, ପ୍ରଦୀପ ମହାନ୍ତି, ନିତ୍ୟାନନ୍ଦ ସ୍ୱାଇଁ, ରଂଜନ ପଣ୍ଡା, ଗଗନ ବିହାରୀ ଜେନାଙ୍କ ସମେତ ବହୁ ଆଇନଜୀବୀ ଯୋଗ ଦେଇ ସ୍ୱର୍ଗତ ପଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।