ବରିଷ୍ଠ ଆଦିବାସୀ କଂଗ୍ରେସ ନେତା ଙ୍କ ଆମ ଆଦମି ପାର୍ଟିରେ ଯୋଗଦାନ  

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳର ଜଣାଶୁଣା ଆଦିବସୀ ନେତା ତଥା ବରିଷ୍ଠ କଂଗ୍ରେସ ନେତା ମହେନ୍ଦ୍ର ମଲ୍ଲିକ କଂଗ୍ରେସ ଦଳ ଛାଡି ଆମ ଆଦମି ପାର୍ଟିରେ ଯୋଗଦାନ କରିଛନ୍ତି। ମହେନ୍ଦ୍ରମଲ୍ଲିକ ଦିର୍ଘ ୪୦ ବର୍ଷ ଧରି ଭାରତୀୟ ଜାତୀୟ   କଂଗ୍ରେସର ବିଭିନ୍ନ ପଦପଦବୀରେ ରହି ଆସିଥିଲେ। ଜଣେ ଆଗଧାଡିର କଂଗ୍ରେସ ନେତା ଓ ଜଣେ ସୁସଂଙ୍ଗଠକ ଭାବରେ ଏକ ସ୍ୱତନ୍ତ୍ର ପରିଚୟସୃଷ୍ଟି କରି ପାରିଥିଲେ। ଅନ୍ୟପଟେ ସେ ଫିରିଙ୍ଗିଆ ଅଞ୍ଚଳରେ ଜଣେ ଆଦିବସୀ ନେତା ଭାବରେ ପରିଚିତ ଥିବାବେଳେ କୁଇ ସମାଜର ବିଭିନ୍ନ ପଦପଦବୀରେ ମଧ୍ୟ ରହି ଆସିଛନ୍ତି। ଗତ କିଛି ବର୍ଷହେଲା କଂଗ୍ରେସ ଦଳ ତାଙ୍କୁ ଅଣଦେଖା କରି ଆସୁଥିବା ହୃଦବୋଧ କରି ଆମ ଆଦମି ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିବାଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସସମର୍ଥକ ମାନଙ୍କ ସହ ଆମ ଆଦମି ପାର୍ଟିରେ ଯୋଗ ଦେଇଛନ୍ତି। ଶୁକ୍ରବାର ଫୁଲବାଣୀଠାରେ ଆୟୋଜିତ ହୋଇଥିବା ଆମ ଆଦମି ପାର୍ଟିର ଏକ ସ୍ୱତନ୍ତ୍ର କର୍ମି ସମ୍ମିଳନୀରେ ଓଡିଶା ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି। ଅନ୍ୟପଟେ ଏହି ସମ୍ମିଳନୀରେ ଆମ ଆଦମି ପାର୍ଟିର କେନ୍ଦ୍ରାପଡା ଜିଲ୍ଲାସଭାପତି , ଆପ ନେତା ତଥା ଆପ ର ଜିଲ୍ଲାପରିଷଦ ପ୍ରାର୍ଥି ଦିଲିପ କୁମାର ଦିଗାଳଙ୍କ ସହ କନ୍ଧମାଳ ଜିଲ୍ଲାର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ