ବରିଷ୍ଠ ଆୟୁର୍ବେଦିକ ଚିକିତ୍ସକକଙ୍କ ପରଲୋକ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ର ବରିଷ୍ଠ ଆୟୁର୍ବେଦିକ ଚିକତ୍ସକ ଚିତ୍ତରଞ୍ଜନ ପଟନାୟକ ଙ୍କ ପରଲୋକ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ 70ବର୍ଷ ହୋଇଥିଲା l ସବୁଦିନ ଭଳି ଆଜି ସକାଳେ ସେ ନିତ୍ୟକର୍ମ ସହ ଯୋଗ, ପ୍ରାଣାୟାମ କରିଥିଲେ l ଏହା ପରେ ନିଜ ଚନ୍ଦ୍ରଗିରି ସ୍ଥିତ ବାସଭବନରେ ଗାଧୋଇସାରି ଠାକୁର ପୂଜା କରୁଥିଲେ ସେତେବେଳେ ହଟାତ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ପରିବାର ଲୋକେ ଡାକ୍ତର ଙ୍କୁ ଡାକିଥିଲେ ତେବେ ଡାକ୍ତର ମୃତ ଘୋଷଣା କରିଥିଲେ ହୃଦ ଘାତରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଉଲ୍ଲାସ ରାଉତ କହିଛନ୍ତି l ସେ ଜଣେ ମିଷ୍ଟ ଭାସି, ସୁ ସଂଗଠକ, ମେଳାପୀ ବ୍ୟକ୍ତି ଥିଲେ l ଚିତ୍ତରଞ୍ଜନ ଚନ୍ଦ୍ରଗିରି ଅଞ୍ଚଳ ଜଣେ ଜଣା ଶୁଣା ବ୍ୟକ୍ତି ଥିଲେ l 1987ରେ ଥରେ ଚନ୍ଦ୍ରଗିରି ପଞ୍ଚାୟତର ସରପଞ୍ଚ ଥିଲେ l ଏଥିସହ ବିଶ୍ୱ ହିନ୍ଦୁ ପରିଷଦ ର ପୂର୍ବରୁ ଗଜପତି ଜିଲ୍ଲା ସଭାପତି ଦାୟିତ୍ୱରେ ମଧ୍ୟ ଥିଲେ l ବାବା ରାମଦେବ ଙ୍କ ପତଞ୍ଜଳି ଯୋଗ ସମିତିର ଗଜପତି ଜିଲ୍ଲା ସଂଯୋଜନା ଦାୟିତ୍ୱରେ ଥୁବା ବେଳେ ଆୟୁର୍ବେଦିକ ଚିକିତ୍ସା ରେ ତାଙ୍କର ବେଶ ସୁନାମ ରହିଛି. l ତାଙ୍କର ମୃତ୍ୟୁ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ ବହୁ ବ୍ୟକ୍ତି ଶୋକ ପ୍ରଜାଶ କରିଛନ୍ତି l


