ବରିଷ୍ଠ ଓଏଏସ ଅଧିକାରୀ ସଂଗ୍ରାମ ଶେଖର ପଣ୍ଡା ପାରଳା ଉପଜିଲ୍ଲାପାଳ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ପାରଳାଖେମୁଣ୍ଡି ଉପ-ଜିଲ୍ଲାପାଳ ଭାବେ ବରିଷ୍ଠ ଓଏଏସ ଅଧିକାରୀ ସଂଗ୍ରାମ ଶେଖର ପଣ୍ଡା ନିଯୁକ୍ତି ପାଇଥିବା ରାଜ୍ୟ ପ୍ରଶାସନ ବିଭାଗ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି । ବର୍ତ୍ତମାନ ଶ୍ରୀ ପଣ୍ଡା ଗଜପତି ଜିଲ୍ଲାର ଗୋଷାଣି ବ୍ଲକରେ ବଡିଓ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ଏଥି ପୁର୍ବରୁ ପାରଳାଖେମୁଣ୍ଡି ତହସିଲଦାର ଭାବେ କାର୍ଯ୍ୟ କରି ଥିଲେ । ତେଣୁ ଶ୍ରୀ ପଣ୍ଡାଙ୍କ ଗଜପତି ଜିଲ୍ଲା ପ୍ରତି ବେଶ ଅନୁଭୁତି ରହିଛି ଏବଂ ତହସିଲଦାର ଓ ବିଡିଓ ଭାବେ ବିଭିନ୍ନ ଉନ୍ନୟନ ମୂଳକ ଓ ଉଲ୍ଲେଖନୀୟ କାର୍ଯ୍ୟ କରି ସାଧାରଣରେ ବେଶ ପରିଚିତ ହୋଇ ଲୋକପ୍ରିୟତା ଅର୍ଜନ କରିଛନ୍ତି । ବର୍ତ୍ତମାନ ସେ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଲେ ଅଞ୍ଚଳ ପ୍ରତି ତାଙ୍କର ପରିଚିତ ଓ ଅନୁଭୁତି ଥିବା ଯୋଗୁଁ ବିବିଧ ଉନ୍ନୟନ ମୁଳକ କାର୍ଯ୍ୟ ସାଧିତ ହୋଇପାରିବ । ଶ୍ରୀ ପଣ୍ଡାଙ୍କୁ ଏଥିନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାସହ ଅଭିନନ୍ଦନ ଜଣାଯାଇଛି ।