ବରିଷ୍ଠ କଂଗ୍ରେସ ନେତାଙ୍କୁ ଛତ୍ରପୁର ଠାରେ ସ୍ୱାଗତ ସମ୍ବର୍ଦ୍ଧନା
ଛତ୍ରପୁର, (ଦେବଦତ୍ତ ମହାରଣା):ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ତଥା ବରିଷ୍ଠ କଂଗ୍ରେସ ନେତା ବିଜୟ କୁମାର ପଟ୍ଟନାୟକ ଙ୍କୁ ଛତ୍ରପୁର ଠାରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ସିପିଆଇ ନେତା ତଥା ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ ଓ ଛତ୍ରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଭାଗିରଥି ବେହେରାଙ୍କ ନେତୃତ୍ୱରେ ଉଭୟ ଦଳର ନେତା ଓ କର୍ମୀମାନେ ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି l ସ୍ଥାନୀୟ କଲେଜ ଛକ ନିକଟରେ ଶ୍ରୀ ପଟ୍ଟନାୟକଙ୍କୁ ପାଛୋଟି ନେଇ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ଶ୍ରୀ ପଟ୍ଟନାୟକ ପ୍ରଥମେ ଛତ୍ରପୁର ଲୋୟାର ବସଷ୍ଟାଣ୍ଡ ଠାରେ ଥିବା ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଲକ୍ଷ୍ମଣ ଭବନ ଠରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣା ନୀତି ବିରୁଦ୍ଧରେ କଡା ସମାଲୋଚନା କରିଥିଲେ l ଏହି ଅବସରରେ ଗଞ୍ଜାମ ବ୍ଲକ କଂଗ୍ରେସ ସଭାପତି ଏନ.ଗଣେଶ ରେଡ୍ଡୀ ,ପୂର୍ବତନ ସରପଞ୍ଚ ଟି.କୃଷ୍ଣା ରେଡ୍ଡୀ , ଆଇନଜୀବୀ ବାବୁ ନାହାକ,ଛାତ୍ରନେତା ମହେଶ ଗୌଡ଼,ଚକ୍ରପାଣି ପଲେଇ , ସିପିଆଇ ଚମାଖଣ୍ଡି ଜୋନାଲ ସମ୍ପାଦକ ସି.ଏଚ ଜନାର୍ଦ୍ଧନ ରେଡ୍ଡୀ , ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦି ନାରାୟଣ ରେଡ୍ଡୀ , ଏସ.କ୍ରିଷ୍ଣା ରେଡ୍ଡୀଙ୍କ ସମେତ ଛତ୍ରପୁର ଓ ଗଞ୍ଜାମ ବ୍ଲକର ଉଭୟ ଦଳର ନେତା ଓ କର୍ମୀମାନେ ଯୋଗଦେଇଥିଲେ l l