ବରିଷ୍ଠ କଂଗ୍ରେସ ନେତାଙ୍କ ହୃଦ୍ଘାତରେ ବିୟୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ କଂଗ୍ରେସ ସଭାପତି ଅଭିମନ୍ୟୁ ଗୌଡଙ୍କ ବିୟୋଗ ଘଟିଛି । ବୁଧବାର ମଧ୍ୟ ରାତ୍ରରେ ହଠାତ ହୃଦଘାତ ଯୋଗୁଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ୨୫ବର୍ଷ ହେଲା କଂଗ୍ରେସ ଦଳରେ ଉତ୍ସର୍ଗୀକୃତ କର୍ମୀଭାବେ କାର୍ଯ୍ୟ କରୁଥିଲେ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ସମୟରୁ ସେ ବେଶ ଜଣାଶୁଣା ଥିଲେ । ସେ ଜଣେ ଦକ୍ଷ ସଂଗଠକ ଓ ବରିଷ୍ଠ କର୍ମୀଭାବେ ବହୁବାର ସମ୍ମାନିତ ହୋଇଥିଲେ । ଆର୍.ଉଦୟଗିରି ବ୍ଲକର ସଭାପତି ଦାୟିତ୍ୱ ବହନ କରିବା ସହ ତାଙ୍କର କାର୍ଯ୍ୟ ପନ୍ଥାକୁ କର୍ମୀମାନେ ଗ୍ରହଣ କରି ଆସୁଥିଲେ । ଦଳୀୟ କର୍ମୀମାନେ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ । ଏହି ଖବର ପ୍ରଚାରିତ ହେବାପରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ,ଆର୍.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୁଡ୍ବାଇ ମଣ୍ଡଳ,ଜିଲ୍ଲାପରିଷ ସଭ୍ୟ ଜାକୋବ ମାଝୀ, ମୋହନା ବ୍ଲକ କଂଗ୍ରେସ ସଭାପତି ଶଙ୍କର ପ୍ରଧାନ,ବରିଷ୍ଠ କଂଗ୍ରେସ ନେତା ଗରୁଡଧ୍ୱଜ ଚୌଧୁରୀ, ବସନ୍ତ କୁମାର ପଣ୍ଡା, ବାଳାକୃଷ୍ଣ ମଲ୍ଲିକ, କବିତା ଶବର, ନୂଆଗଡ ବ୍ଲକର ଜାକୋବ ରାଇକା, ରାୟଗଡ ବ୍ଲକର ମୁର୍ସିତା ମଣ୍ଡଳ, ସମିତି ସଭ୍ୟା ଏମ୍. ସୁଆଲସିଂ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।