ବରିଷ୍ଠ କିରାଣୀ ପୁରୁଷୋତ୍ତମ ସେଠୀଙ୍କ ଅକାଳ ବିୟୋଗ
ହାଟଡିହି, (ବିକାଶ ବିଶ୍ୱାଳ) :-ଗେଡମା ହାଇସ୍କୁଲର ଅବସରପ୍ରାପ୍ତ ବରିଷ୍ଠ କିରାଣୀ ପୁରୁଷୋତ୍ତମ ସେଠୀଙ୍କ ୭୨ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ସଂଗୀତ ସାଧକ, ସତ୍ୟସାଇ ଆଶ୍ରିତ ଥିଲେ । ଗତ ୪ତାରିଖ ଦିନ ତାଙ୍କ ରତକଣା ସାଇ ସମର୍ପଣ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ମୃତୁ୍ୟଶଯ୍ୟା ନିକଟରେ ତାଙ୍କ ବଡପୁଅ ଅକ୍ଷୟ, ସାନପୁଅ ତଥା ଆର.ବି.ଆଇ ର ମ୍ୟାନେଜର ଜନ୍ମେଜୟ, ପୁତୁରା ଗଜେନ୍ଦ୍ର ଙ୍କ ସମେତ ସମସ୍ତ ପରିବାର ଲୋକ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପରଲୋକ କବରପାଇ ଏ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ।


