ବରିଷ୍ଠ ତଥା ବୟୋଜ୍ୟେଷ୍ଠ ସାମ୍ବାଦିକ ନବୀନାନନ୍ଦ ଗନ୍ତାୟତଙ୍କ ବିୟୋଗ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ବରିଷ୍ଠ ତଥା ବୟୋଜ୍ୟେଷ୍ଠ ସାମ୍ବାଦିକ ତଥା ଜଣେ ପ୍ରତିଭାବାନ ସମାଜସେବୀ ନବୀନାନନ୍ଦ ଗନ୍ତାୟତଙ୍କ ବ୍ରହ୍ମପୁର ବଡ ଡାକ୍ତରଖାନା ଠାରେ ଗତ ୧୩ତାରିଖରେ ବିୟୋଗ ଘଟିଥିବାର ଜଣାପଡିଛି । ସେ ବ୍ରହ୍ମପୁର ସ୍ଥିତ ଏମ୍.କେ.ସି.ଜି.ଡାକ୍ତରଖାନା ଠାରେ କରୋନା ଜନିତ କାରଣରୁ ଚିକିତ୍ସିତ ହେଉଥିବାର ତାଙ୍କ ଏକ ମାତ୍ର ପୁତ୍ର ବିବେକାନନ୍ଦ ଗନ୍ତାୟତ ଜଣାଇଛନ୍ତି । ସେ ଦିର୍ଘ ୪୦ବର୍ଷ ହେବ ଗଜପତି ଜିଲ୍ଲାରେ ସାମ୍ବାଦିକତା କରି ବହୁ ପ୍ରଶଂସା ଅର୍ଜନ କରିବା ସହ ବହୁ ତଥ୍ୟ ଲୋକଲୋଚନକୁ ଆଣି ପ୍ରସିଦ୍ଧି ହାସଲ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା । ସେ ବାର୍ଦ୍ଧ୍ୟକ ବେଳେ ମଧ୍ୟ ସାମ୍ବାଦିକତା କ୍ଷେତ୍ରରେ ବେଶ ସକ୍ରିୟ ଭୂମିକା ଗ୍ରହଣ କରି ଆସୁଥିଲେ । ସେ ମାତୃଭୂମି,ପ୍ରଜାତନ୍ତ୍ର,ଦୈନିକ ଆଶା ଆଦିରେ ଏଥି ପୂର୍ବରୁ ସାମ୍ବାଦିକତା କରୁଥିଲେ । ବର୍ତ୍ତମାନ ହିନ୍ଦୁସ୍ଥାନ ସମାଚାର ଖବର ସରବରାହ ସଂସ୍ଥାରେ କାର୍ଯ୍ୟରତ ଥିଲେ । ତାଙ୍କ ବିୟୋଗରେ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଗରୁଡଧ୍ୱଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଗଣେଶ କୁମାର ରାଜୁ, ରଶ୍ମିରଂଜନ ମିଶ୍ର, ସୀତାକାନ୍ତ ପଣ୍ଡା, ଶିଶିର କୁମାର ଗୌଡ,ରୁପେଶ କୁମାର ସାହୁ,ରାମ ଗୋବିନ୍ଦ ଆଚାର୍ଯ୍ୟ,ପ୍ରଦୀପ ନାୟକ,ବାସୁଦେବ ଦାସ,ଜଗଦୀଶ ପଣ୍ଡା,ବୀର କିଶୋର ପଟ୍ଟନାୟକ,କୃଷ୍ଣ କୁମାର ବେହେରା, ପ୍ରଭାତ ପାତ୍ର, ପିଣ୍ଟୁ ପାଟ୍ଟଯୋଶୀ, ବାଳକୃଷ୍ଣ ପାଣିଗ୍ରାହୀ, ସରୋଜ ବୀର, ସୁଜିତ ବିଷୋୟୀ, କୃଷ୍ଣ ମୋହନ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କର ଅମର ଆତ୍ମାର ସଦ୍ଗତି