ବରିଷ୍ଠ ଦଲିଲ ଲେଖକ ବଟକୃଷ୍ଣ ବେହେରାଙ୍କ ଅକାଳ ବିୟୋଗ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): ବରିଷ୍ଠ ଦଲିଲ ଲେଖକ ବଟକୃଷ୍ଣ ବେହେରାଙ୍କ ୬୭ବର୍ଷ ବୟସରେ ଆଜି ଅକାଳ ବିୟୋଗ ଘଟିଛି । ସେ ସବୁଦିନ ପରି ଆଜି ସକାଳୁ ନିକଟସ୍ଥ ମନ୍ଦିରକୁ ଯାଇ ପରିସ୍କାର ପରିଛନ୍ନ କରି ଘରକୁ ଆସି ରକ୍ତ ପରୀକ୍ଷା କରିବା ପାଇଁ ଯାଇ ବସିଥିବାବେଳେ ହଠାତ ତଳେ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ଯାଜପୁର ଟାଉନ ଡାକ୍ତରଖାନା ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁନେଇ ଆଇତିପୁର ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କ ପରଲୋକ ଖବର ପାଇ ଶ୍ରୀକାନ୍ତ ବିଶ୍ୱାଳ, କୃପାସିନ୍ଧୁ ସ୍ୱାଇଁ, ପ୍ରଦୀପ ଖୁଣ୍ଟିଆ, ଅନନ୍ତ ଚରଣ ସ୍ୱାଇଁ, ସବରେଜିଷ୍ଟର ଅଫିସର କିରାଣୀ ମନୋରଞ୍ଜନ ଜେନା, ଚୈତନ ମହାନ୍ତ, ଦୋଳଗୋବିନ୍ଦ ପଟ୍ଟନାୟକ, ଚତୁର୍ଭୁଜ ସ୍ୱାଇଁ, ଶରତ ଚନ୍ଦ୍ର ବେହେରା, ସନାତନ ବେହେରା, ପଞ୍ଚାନନ ମିଶ୍ର, ରବିନ୍ଦ୍ର ମହାପାତ୍ର, ବଳରାମ ମଲ୍ଲିକ, ନଣ୍ଡା ଜେନାଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତି ତାଙ୍କ ଆଇତିପୁର ପଞ୍ଚାୟତର ନୁଆଗାଁ ସ୍ଥିତ ବାସଭବନକୁ ଯାଇ ଶେଷଦର୍ଶନ କରିବା ସହିତ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାିବା ପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ବାବୁଲି ବେହେରା ମୁଖାଗ୍ନି ଦେଇଥିବାବେଳେ ପରିବାର ଓ ଗ୍ରାମବାସୀମାନେ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ