ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା

ନବରଙ୍ଗପୁର,(ୱାଇଏନଏସ): ମିଶନ ଶକ୍ତି ପରିସରରେ ଅପରାହ୍ନ ୪.୩୦ ମି଼ ସମୟରେ ନବରଙ୍ଗପୁର ଜିଲ୍ଲାର ୧୩୦ ଜଣ ତୀର୍ଥଯାତ୍ରୀ ଙ୍କ କୋଲକାତା ଓ କାମାକ୍ଷା କୁ ତୀର୍ଥଯାତ୍ରା ଶୁଭାରମ୍ଭ ହୋଇଯାଇଅଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ଡ଼ାବୁ ଗାଁ ମନୋହର ରାନ୍ଧାରି ଯୋଗ ଦେଇ ତୀର୍ଥଯାତ୍ରୀଙ୍କ ଶୁଭମନାସି ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ବର୍ମନ୍,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ଗଣ ତୀର୍ଥଯାତ୍ରୀ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା ରେ ପଞ୍ଜୀକୃତ ବିଭିନ୍ନ ବ୍ଲକ ରୁ ଆସିଥିବା ବରିଷ୍ଠ ନାଗରିକଙ୍କ ଆଜି ସକାଳେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଯାତ୍ରା ପାଇଁ ଯୋଗ୍ୟ ବିବେଚିତ କରାଯାଇଥିଲା। ୪ ଟି ବସ ଯୋଗେ ତୀର୍ଥଯାତ୍ରୀ ମାନେ ଆଜି ରାୟଗଡ଼ା ଅଭିମୁଖେ ଯାତ୍ରା କରିଛନ୍ତି।ଆସନ୍ତା କାଲି ରାୟଗଡ଼ା ଷ୍ଟେସନରୁ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବେ।ଏହି ତୀର୍ଥଯାତ୍ରୀ ମାନେ ଆସନ୍ତା ୨୩ ତାରିଖ ଦିନ ପ୍ରତ୍ୟାଗମନ କରିବେ।ତୀର୍ଥଯାତ୍ରୀ ମାନଙ୍କ ରହିବା, ଖାଇବା ଓ ଅନ୍ୟାନ୍ୟ ସମସ୍ତ ସୁବିଧା ପାଇଁ ୫ ଜଣ ନୋଡାଲ ଅଧିକାରୀ ଭାବରେ ପି ଇ ଟି ଶିକ୍ଷକ ମାନଙ୍କୁ ନିଯୁକ୍ତ କରାଯାଇଛି।ଏହି ସମାରୋହରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଧାଂଶୁ ପାତ୍ର, ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଘାସିଆ ହରିଜନ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ