ବରିଷ୍ଠ ନାଗରିକଙ୍କ ପାଇଁ ଜନ ସ୍ମଳ ଫାଇନାନ୍ସ ବେଙ୍କ ର ଗ୍ରାହକ ସୂଚନା ସେବା

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ମଙ୍ଗଳବାର ଦିନ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ “ଜନ ସ୍ମଳ ଫାଇନାନ୍ସ ବେଙ୍କ” ଦ୍ଵାରା ଗ୍ରାହକ ସୂଚନା ସଭା ଅନୁଷ୍ଠିତ ହୋଇଯାଇଛି I ସଂଘ ସଂଗଠନ ସମ୍ପାଦକ ଶ୍ରୀ କେଦାର ମିଶ୍ର ସ୍ୱାଗତ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ସମ୍ପାଦକ ଶ୍ରୀ ଗୋବିନ୍ଦ ଦାଶ ଆଜି ଦିନରେ ବେଙ୍କଠାରୁ ବରିଷ୍ଠଙ୍କ କି ଆଶା ଓ ସହଯୋଗ ଦରକାର ଜଣେଇଥିଲେ I ଏହି ସଭାରେ ବେଙ୍କର ବରଗଡ଼ ଶାଖା ମୁଖ୍ୟ ଶ୍ରୀ ପ୍ରିତିଶ ରଞ୍ଜନ ରଥ ବିଭିନ୍ନ ଡିପୋଜିଟ, ତାର ସୁଧ ଓ ବ୍ୟକ୍ତିଗତ ସୁବିଧା ତଥା ବିଶେଷ କରି ବରିଷ୍ଠଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଉପରେ ବିଶେଷଭାବେ ଆଲୋକପାତ କରିଥିଲେ I ସଂଘର ଚାଳିଶ ଜଣରୁ ଉର୍ଦ୍ଧ୍ବ ସଦସ୍ୟ /ସଦସ୍ୟା ଯୋଗଦେଇ ଅନେକ ବିଷୟ ରେ ପଚାରି ବୁଝିଥିଲେ I ସଂଘ ତରଫରୁ ହେଲଥ ଇନ୍ସୁରେନ୍ସ ସ୍ଥାନୀୟ ବିକାଶ ହସ୍ପିଟାଲ ସହ ସ୍ୱତନ୍ତ ଭାବେ ଯୋଡିବାକୁ ପ୍ରସ୍ତାବ ଦିଆଗଲା, ଯଦ୍ୱାରା ଅନେକ ସଭ୍ୟ ଉପକୃତ ଓ ଆକୃଷ୍ଟ ହେବେ I ଆଜିର ସଭାରେ ବେଙ୍କ ର ସାତ ଜଣ ଅଧିକାରୀ ସହ ସଂଘର ଶ୍ରୀ ସୁରେନ୍ଦ୍ର ମୋହନ ଚାନ୍ଦ,ପବିତ୍ର ସରାଫ,କାଁହୁ ଚରଣ ପୃଷ୍ଟି,ଦେବୀ ପଟ୍ଟନାୟକ,ପ୍ରଦୀପ ସାହୁ,ବିନୋଦ ପଣ୍ଡା,ପ୍ରସନ୍ନ ପ୍ରଧାନ,ସ୍ୱାଧୀନ ମହାରଣା ସତ୍ୟ ପଣ୍ଡା, ଗିରିଧାରୀ ମିଶ୍ର, ଲଳିତ ସାହୁ, ଯୋଗେଶ ସୁପକାର, ଚେମରୁ ସାହୁ ଆଦି ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ