ବରିଷ୍ଠ ନାଗରିକମଞ୍ଚର କାର୍ଯ୍ୟକାରିଣୀ ବୈଠକ

ବାଲେଶ୍ୱର : ବାଲେଶ୍ୱର ବରିଷ୍ଠ ନାଗରିକ ମଞ୍ଚର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆଜି ପୂର୍ବାହ୍ନରେ ସ୍ଥାନୀୟ ନୃତ୍ୟ ସଂଗୀତ କଳାମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଞ୍ଚର ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ । ବୈଠକ ପ୍ରାରମ୍ଭରେ ଗତ ୩ ତାରିଖ ଦିନ ଓଡ଼ିଶାରେ ସଂଗଠିତ ଭୟଙ୍କର ଘୂର୍ଣ୍ଣିବାତ୍ୟା ‘ଫଣି’ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରାଙ୍କ ଦ୍ୱାରା ଆଗତ ଶୋକପ୍ରସ୍ତାବ ଆଗତ ହେବାପରେ ସେମାନଙ୍କ ଦିବଂଗତ ଆତ୍ମାର ସଦ୍ଗତି କାମନା କରି ୧ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟାନ୍ୟ ପ୍ରସ୍ତାବଗୁଡ଼ିକ ମଧ୍ୟରେ ବାଲେଶ୍ୱର ସରକାରୀ ମେଡିକାଲ୍ କଲେଜ୍ ଓ ହସପିଟାଲର ବହିଃର୍ବିଭାଗରେ ବୟୋଜ୍ୟେଷ୍ଠ ବୃଦ୍ଧା ଓ ବୃଦ୍ଧ ରୋଗୀମାନଙ୍କୁ ଟିକେଟ୍ ପ୍ରଦାନ ଉଦ୍ଦେଶ୍ୟରେ ସ୍ୱଳ୍ପଦିନ ତଳେ ଖୋଲାଯାଇଥିବା ସ୍ୱତନ୍ତ୍ର କାଉଣ୍ଟରକୁ ହଠାତ୍ ବନ୍ଦ କରିଦିଆଯିବା ଏବଂ ଜରାରୋଗୀଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ୱାର୍ଡ଼ ଖୋଲାଯିିବା ଘେନି ହସପିଟାଲ୍ କର୍ତ୍ତୃପକ୍ଷଙ୍କ ହେୟ ମନୋଭାବ ପ୍ରଦର୍ଶନ ବିରୁଦ୍ଧରେ ବୈଠକରେ ଗଭୀର ଉଦ୍ବେଗ ପ୍ରକାଶ ପାଇଥିଲା । ଦହପଡ଼ାଠାରେ ଅସହାୟ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମମାନଙ୍କ ଥଇଥାନ ଉଦ୍ଦେଶ୍ୟରେ ୨୦ଏକର ଜମି ଉପରେ ନିର୍ମିତ ହେବାକୁ ଥିବା ସାମାଜିକ ସୁରକ୍ଷା କେନ୍ଦ୍ର ଓ ରେମୁଣାରେ ପ୍ରସ୍ତାବିତ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସ୍ପିଟାଲର ଜମି ଅଧିଗ୍ରହଣ ଘେନି ବୈଠକରେ ମଧ୍ୟ ଆଲୋଚନା କରାଯାଇଥିଲା । ବୈଠକପରେ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଥିଲେ । ଆଗାମୀ ଜୁନ୍ମାସ ୧୬ ତାରିଖଦିନ ବାଲେଶ୍ୱର ଗାନ୍ଧୀସ୍ମୃତି ଭବନଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବରିଷ୍ଠ ନାଗରିକମାନଙ୍କ ଜିଲ୍ଲାସ୍ତରୀୟ ସମ୍ମିଳନୀକୁ ସଫଳ କରିବା ଓ ଏଥିଲାଗି ପ୍ରକାଶ ପାଇବାକୁଥିବା ସ୍ମରଣିକା ‘ସାୟାହ୍ନ’ର ପ୍ରକାଶନ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଡ. ହରିଶ ଚନ୍ଦ୍ର ବେହେରା, ଶିରୀଶ ଚନ୍ଦ୍ର ଜେନା, ଶରତ ଚନ୍ଦ୍ର ଦାଶ, ଡ. ପଦ୍ମଲୋଚନ ପାତ୍ର, ଗିରୀଶ ଚନ୍ଦ୍ର ଦାଶ, ପଣ୍ଡିତ ସୁରେନ୍ଦ୍ରନାଥ କର, ବସନ୍ତଲତା ପଟ୍ଟନାୟକ, ଗୌରାଙ୍ଗ ପାଣିଗ୍ରାହୀ, ରେଣୁବାଳା ଦାସ, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ଅପର୍ଣ୍ଣା କର, ଗୋପୀନାଥ ଦାସ, ବିରେନ୍ଦ୍ର ନାରାୟଣ ପ୍ରହରାଜ, ପ୍ରବାସିନୀ କର, ଯଶୋଦା ନନ୍ଦନ ଆଶ୍, ମଧୁସୂଦନ ଜେନା, ମନୋରଂଜନ ପାଲ୍, ରବୀନ୍ଦ୍ର ପ୍ରହରାଜ, ଡା. କୁନାନନ୍ଦ ଗିରି, ଦେବେନ୍ଦ୍ର ନାଥ ଚୌଧୁରୀ, ଡା. ସନାତନ ଦାସ, ସତ୍ୟବ୍ରତ ମହାନ୍ତି, ରାଜେନ୍ଦ୍ର ରାଉତ, ଦେବବ୍ରତ ପାଣିଗ୍ରାହୀ, ଲମ୍ବୋଦର ନାୟକ, ଶ୍ୟାମସୁନ୍ଦର ଜେନା, ସୁରେଶ ଚନ୍ଦ୍ର ଜେନା, ଲୋଚନ ବେହେରା, ପ୍ରଫୁଲ୍ଲ କୁମାର ଦାସ, ବେଣୁଧର ପାଳ ଓ ମୁକ୍ତିକାନ୍ତ ମହାନ୍ତି ପ୍ରମୁଖ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଗୌରାଙ୍ଗ ପାଣିଗ୍ରାହୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ