ବରିଷ୍ଠ ନାଗରିକମାନଙ୍କୁ ଆଧୁନିକ ସହାୟତା ଉପକରଣ ବଣ୍ଟନ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲାସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆଜି ଅପରାହ୍ନ ଘ. ୧୧ ଟା ରେ ସାମାଜିକ ସୁରକ୍ଷା ବିଭାଗ ଓ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଆଲିମକୋ ସଂସ୍ଥା ମିଳିତ ଅନୁକୁଲ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ଆଧୁନିକ ସହାୟତା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦାନ କରି ବସ୍ତା ବ୍ଲକର ୩୮ଜଣ , ରେମୁଣା ବ୍ଲକର ୪୫ଜଣ ଏବଂ ବାଲେଶ୍ୱର ସଦର ବ୍ଲକର ୪୫ଜଣ ହିତାଧିକାରୀଙ୍କୁ ଆଧୁନିକ ସହାୟତା ଉପକରଣ ବଣ୍ଟନ କରିଥିଲେ I ସାମାଜିକ ସୁରକ୍ଷା ବିଭାଗ ତଥା ଆଲିମକୋ ସଂସ୍ଥାର ସମସ୍ତ କର୍ମକର୍ତା ଯୋଗଦେଇ ବଣ୍ଟନ କାର୍ଯ୍ୟକ୍ରମରେ ସହାୟତା କରିଥିଲେ I ସୂଚନା ଥାଉ କି, ଚଳିତ ବର୍ଷ ୨୦୨୨-୨୩ର ଆଲିମକୋ ସଂସ୍ଥା ଦ୍ୱାରା ବାଲେଶ୍ୱର ଜିଲ୍ଲାର ସମସ୍ତ ୧୨ଗୋଟି ବ୍ଲକର ୪୨୦ଜଣ ବରିଷ୍ଠ ନାଗରିକ ରାଷ୍ଟ୍ରୀୟ ବାୟୋଶ୍ରୀ ଯୋଜନାରେ ଓ ୧୯୭୧ଜଣ ଦିବ୍ୟାଙ୍ଗ ଏଡିଆଇପି ଯୋଜନାରେ ବିଭିନ୍ନ ସହାୟତା ଉପକରଣ ପାଇଁ ଚିହ୍ନଟ ହୋଇଥିଲେ I ଅବଶିଷ୍ଟ ବଣ୍ଟନ କାର୍ଯ୍ୟକ୍ରମ ବ୍ଲକ ସ୍ତରରେ ଆସନ୍ତା ୨୯ ତାରିଖଠାରୁ ଆରମ୍ଭ ହେବ Iଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର, ଅନୁ-ସଚିବ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ, ଭାରତ ସରକାର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ବେହେରା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ମଞ୍ଚାସୀନ ରହିବା ସହିତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ