ବରିଷ୍ଠ ନାଗରିକମାନଙ୍କ ବୈଠକ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ପୋଲିସ ପକ୍ଷରୁ ଗୁରୁବାର ସ୍ଥାନୀୟ ଟାଉନହଲ ପରିସରରେ ସହରର ବରିଷ୍ଠ ନାଗରିକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ନୀତି ଶେଖରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୀତା ପଟ୍ଟନାୟକ,ଗାଗାରୀନ ମହାନ୍ତି,କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା,ଡିଏସପି କାର୍ତ୍ତିକ ମଲ୍ଲିକ,ଶୁଭେନ୍ଦୁ କୁମାର ସିହ୍ନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରଥମେ ଟାଉନ ଥାନା ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ ବୈଠକର ଲକ୍ଷ୍ୟ ଏବଂ ଉଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ନନ୍ଦ କିଶୋର ପରିଡା,ଡା.ନିରଞ୍ଜନ ପରିଡା,ଆଇନଜୀବି ଅକ୍ଷୟ କୁମାର ମହାନ୍ତି,ଆଶୁତୋଷ ମହାନ୍ତି,କରୁଣାକର ଦାସ,ଶ୍ରୀନିବାସ ପରିଡା,ଡଃ.ଉପେନ୍ଦ୍ର ପ୍ରଧାନ,ଅଧ୍ୟାପକ ଅଜୟ କୁମାର ସାମଲ,କୃତିବାସ ସ୍ୱାଇଁ ପ୍ରମୁଖ ଶତାଧିକ ବରିଷ୍ଠ ନାଗରିକମାନେ ଯୋଗଦେଇ ସହରର ରାସ୍ତା ଗୁଡିକରେ ଷଣ୍ଢ ଶୋଇବାରୁ ବିଭିନ୍ନ ସମୟରେ ଦୂର୍ଗଟଣା ଘଟୁଥିବା,ତିନିମୁହାଣି ଛକ ଠାରୁ ଇଛାପୁର ପର୍ଯ୍ୟନ୍ତ ରାସ୍ତାରେ ଦୈନିକ ଟ୍ରାଫିକ ସମସ୍ୟା ଲାଗି ରହୁଥିବା,ବରିଷ୍ଠ ନାଗରିକଙ୍କ ପାଇଁ ପୋଷ୍ଟ ଅଫିସ,ବ୍ୟାଙ୍କ ଓ ଡାକ୍ତରଖାନାରେ ସ୍ୱତନ୍ତ୍ର କାଉଁଟର ଖୋଲାଯିବା, ରାତିରେ ଜରୁରୀ ଆବଶ୍ୟକତା ବେଳେ ଡାକ୍ତରଖାନାରେ ସୁବିଧାରେ ପହଁଚିବା,ସାନମଙ୍ଗଳା – ଗୋପଛକ ରାସ୍ତାରେ ବାରମ୍ବାର ଦୂର୍ଘଟଣା ଘଟୁଥିବାରୁ ତାହାର ପ୍ରତିକାର ପ୍ରଭୃତି ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ । ପୋଲିସ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ଏକ ଫର୍ମ ପ୍ରଦାନ କରାଯାଇ ସେହି ଫର୍ମରେ ସେମାନଙ୍କ ସମ୍ପର୍କରେ ଆବଶ୍ୟକ ତଥ୍ୟ ପୁରଣକରି ଦେବାକୁ ଅନୁରୋଧ କରାଯିବା ସହ ସେମାନଙ୍କ ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ଭାବେ ଯେ କୈାଣସି ବ୍ୟାଙ୍କରେ ଜମାରଖିବା,ଚାକରକୁ ମାନବିକତାର ସହିତ ବ୍ୟବହାର କରିବା,ପଡୋଶୀ କିମ୍ବା ହାଉସିଂ ସୋସାଇଟିକୁ ସେ ଏକୁଟିଆ ରହୁଥିବା ସମ୍ପର୍କରେ ସୂଚନା ଦେବା,ଆଧୁନିକ ଡୋର ଆଲାର୍ମ,ଇଲେକ୍ଟ୍ରୋନିକ ଆଇ ବେଲର ବ୍ୟବହାର କରିବା,ସୁରକ୍ଷା ଚେନ ମୁଖ୍ୟ ଦରଜାରେ ବ୍ୟବହାର କରିବା ସହିତ ବାହାରଲୋକଙ୍କ ପରିଚୟ ଚେକକରି କବାଟ ଖୋଲିବା,ମେଟାଲ ଗ୍ରୀଲ ସମ୍ମୁଖ ,ପଛ ଦରଜାରେ ଅଧିକ ସୁରକ୍ଷା ପାଇଁ ବ୍ୟବହାର କରିବା,ପୋଲିସ,ଡାକ୍ତରଖାନା ଓ ଅଗ୍ନିଶମ କାର୍ଯ୍ୟାଳୟର ଟେଲିଫୋନ ନମ୍ବର ନିଜର ସେଲ ଫୋନରେ ରଖିବା,ଜରୁରୀ ସମୟରେ ୧୦୦କୁ ଡାଏଲ କରିବା ପ୍ରଭୃତି ସମ୍ପର୍କରେ ଏକ ଲିଖିତ ଗାଇଡଲାଇନ ପ୍ରଦାନ କରାଯିବା ସହ ପୋଲିସ ସେମାନଙ୍କୁ ସୁରକ୍ଷା ଯୋଗାଇଦେବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ଶେଖର କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ