ବରିଷ୍ଠ ନାଗରିକ ଓ ମାନବିକ ଅଧିକାର କର୍ମଶାଳା
ବାଲିପାଟଣା( ଯୁଗାଦ୍ଧ ନ୍ୟୁଜ)): ବାଲିପାଟଣାସ୍ଥିତ ସାମାଜିକ ଅନୁଷ୍ଠାନ ଇନଷ୍ଟିଚ୍ୟୁଟ୍ ଅଫ୍ ୟୁଥ ଆଣ୍ଡ୍ ଓମେନ୍ ୱେଲଫେୟାର ଓ ବରିଷ୍ଠ ନାଗରିକ ଜନକଲ୍ୟାଣ ସଂଘର ମିଳିତ ଆନୁକୂଲ୍ୟରେ ଗତ ୨୪ ତାରିଖରେ ବରିଷ୍ଠ ନାଗରିକ ଓ ମାନବିକ ଅଧିକାର କର୍ମଶାଳା ଶିଶୁ ଅନନ୍ତ ମଠ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଥାନାଧିକାରୀ ବଳରାମ ନାୟକ କର୍ମଶାଳାକୁ ଉଦ୍ଘାଟନ କରିଥିଲେ । କର୍ମଶାଳାରେ ଡେଲାଙ୍ଗ ଥାନା ନୋଡାଲ ଅଧିକାରୀ ଗୋପାଳ କୃଷ୍ଣ ଜେନା, ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ. ରାଧାକାନ୍ତ ମହାନ୍ତି ଓ ଆର୍ତ୍ତତ୍ରାଣ ପାତ୍ର ପ୍ରମୁଖ ଯୋଗ ଦେଇବରିଷ୍ଠ ନାଗରିକ ଓ ମାନବିକ ଅଧିକାର, ସ୍ୱାସ୍ଥ୍ୟସେବା, କର୍ତ୍ତବ୍ୟ, ଦାୟିତ୍ୱ ଓ ସରକାରୀ ସୁବିଧା ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଡ. ରାଧାକାନ୍ତ ମହାନ୍ତି, ସମ୍ପାଦକ ଟହଲି ଭୋଇ, ସୁରେନ୍ଦ୍ର ସେଠୀ, ନରେନ୍ଦ୍ରେ ସାହୁ ପ୍ରମୁଖ ଚାରି ବରିଷ୍ଠ ନଗରିକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ପାଟ୍ଟଯୋଶୀ ଶିବପ୍ରସାଦ ଓ ଲିଜାଲିନ୍ ବାରିକ କର୍ମଶାଳା ପରିଚାଳନା କରିଥିଲେ ।