ବରିଷ୍ଠ ନାଗରିକ ଡ.ରବି ଦାସଙ୍କ ବିୟୋଗରେ ସ୍ମୃତି ସଭା
ପାରାଦ୍ୱୀପ, (ପୀତବାସ ପ୍ରଧାନ):ପାରାଦ୍ୱୀପ ର ବରିଷ୍ଠ ନାଗରିକ ପାରାଦ୍ୱୀପ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ତଥା ବହୁ ଗଣ ଅନୁଷ୍ଠାନ ସହିତ ସଂପୃକ୍ତି ଥିବା ସମାଜସେବୀ ଡ. ରବିନ୍ଦ୍ର ନାଥ ଦାସଙ୍କ ଏକାଦସାହ ଅବସରରେ ଏକ ସ୍ମୃତି ସଭା ଗୁରୁବାର ସଂଧ୍ୟାରେ ଆୟୋଜିତ ହୋଇଯାଇଛି । ପାରାଦ୍ୱୀପର ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ପାରାଦ୍ୱୀପ ମହାବିଦ୍ୟାଳୟ ପରିସରରେ ଏହି ସ୍ମୃତି ସଭା ଆୟୋଜିତ ହୋଇଥିଲା । ଟ୍ରଷ୍ଟର ସାଧାରଣ ସମ୍ପାଦକ ତଥା ପୂର୍ବତନ ନଗରପାଳ ବସନ୍ତ ବିଶ୍ୱାଳ ଏହି ସ୍ମୃତି ସଭାରେ ପୌରହିତ୍ୟ କରିଥିଲେ । ପାରାଦ୍ୱୀପ ବନ୍ଦର ଷ୍ଟିଭେଡର୍ସ ଆସୋସିଏସନର ସମ୍ପାଦକ ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ବସନ୍ତ କୁମାର ବଳ, ଚନ୍ଦ୍ର ଶେଖର ଆଚାର୍ଯ୍ୟ, ଆଇନଜୀବୀ ସୁରେଶ ଚନ୍ଦ୍ର ଦାସ, ଶ୍ରମିକ ନେତା ନିମାଇଁ ଚରଣ ବରାଳ, ବିଭୁଧେନ୍ଦ୍ର ନାରାୟଣ ମହାରଣା, ମନୋରଞ୍ଜନ ଦାସ, ଯତିକାନ୍ତ ବେହେରାଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇ ଡ.ରବି ଦାସଙ୍କ ସ୍ମୃତି ଚାରଣ କରିଥିଲେ ।