ବରିଷ୍ଠ ନାଗରିକ ତଥା ପେନସନ ଭୋଗୀ ଙ୍କ ଅଧିବେଶନ ସହ ବ୍ରହ୍ମପୁର ଡାକ ମଣ୍ଡଳ ର ଡାକ ସପ୍ତାହ ପାଳନ ଉତ୍ସବ ଉଦଜାପିତ

ଛତ୍ରପୁର, (ଦେବଦତ୍ତ ମହାରଣା) : ସାରା ଦେଶ ଚଳିତ ବର୍ଷ ଦୁର୍ଲଭ ସ୍ୱାଧୀନତା ପ୍ରାପ୍ତି ର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଅବସର ରେ ଆଜାଦି କି ଅମ୍ରିତ ମହୋତ୍ସବ ପାଳନ କରୁଥିବା ହେତୁ ଭାରତୀୟ ଡାକବିଭାଗ ମଧ୍ୟ ଏ ବର୍ଷର ଅନ୍ତର୍ଜାତୀୟ ଡାକ ଦିବସ କୁ ଖୁବ ଜାକ ଜକମ ରେ ପାଳନ କରିଛି l ସବୁ ଡାକ ଘର ଗୁଡିକୁ ସଫା ସୁତୁରା କରି ଡାକ ବକ୍ସ କୁ ରଙ୍ଗୀନ କରାଯଇଛି l ଡାକ ସପ୍ତାହ ସକାଶେ ମୁଖ୍ୟ ଡାକ ଘର କୁ ପାର୍ବଣ ର ତିଥି ଭଳି ରଙ୍ଗୀନ ଆଲୋକରେ ସଜ୍ଜା ଯାଇଥିଲା ସାତ ଦିନ ଯାକ ବ୍ୟଙ୍କିଙ୍ଗ ଦିବସ, ଡାକ ଜୀବନ ବୀମା ଦିବସ, ଡାକ ଟିକଟ ଦିବସ ଇତ୍ୟାଦି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିଛି ବ୍ରହ୍ମପୁର ଡାକ ମଣ୍ଡଳ l କେନ୍ଦ୍ର ସରକାର ଙ୍କ ଛୁଟି ଦିନରେ ମଧ୍ୟ ବିଜିନେସ ଡେଭଲପମେଣ୍ଟ ଡେ ଅବସରରେ ବ୍ରହ୍ମପୁର ମଣ୍ଡଳ ଆୟୋଜିତ କରିଥିଲା ତିନୋଟି ସମlନ୍ତରାଳ ଆଧାର କ୍ୟାମ୍ପ l ବଡ଼ମାଧପୁର ଗ୍ରାମ ପଞ୍ଚାୟତରେ ଏହି ଭ୍ରାମ୍ୟମାଣ ଆଧାର ଶିବିର କୁ ସ୍ଥାନୀୟ ସରପଞ୍ଚ ଶରତ ଖୁଣ୍ଟିଆ ଶୁଭାରମ୍ଭ କରିଥିବା ବେଳେ ପାଣ୍ଡିଆ ଓ କୋଦଳା ଠାରେ ବ୍ରହ୍ମପୁର ନର୍ଥ ସବ ଡିଭିଜନ ର ସହକାରୀ ଡାକ ଅଧିକ୍ଷକ ଚକ୍ରଧର ନାୟକ ଶୁଭାରମ୍ଭ କରିଥିଲେ l ଏହି ଆଧାର ଶିବିର ଗୁଡିକ ରେ ବିପୁଳ ସଂଖ୍ୟା ରେ ନୁଆଁ ଆଧାର ପଞ୍ଜିକରଣ, ସଂଶୋଧନ ତଥା ମୋବଇଲ ନମ୍ବର ଆଧାର ନମ୍ବର ସହ ସଂଯୋଗ କରାଯାଇଥିଲା l ସେହିଭଳି ଡାକ ସପ୍ତାହ ର ଶେଷ ଦିନରେ ବ୍ରହ୍ମପୁର ଡିଭିଜନ କାର୍ଯ୍ୟାଳୟ ପରିସର ରେ ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ ଙ୍କ ପୌରାହିତ୍ୟ ତଥା ସହକାରୀ ଡାକ ଅଧିକ୍ଷକ ମନୋଜ କୁମାର ବେହେରା, ସୁଧାଂଶୁ କୁମାର ପାଢ଼ୀ, ବ୍ରହ୍ମପୁର ପୋଷ୍ଟ ମାଷ୍ଟର ତାରିଣୀ ମହାନ୍ତି, ଡାକ ଜନ ସମ୍ପର୍କ ଅଧିକାରୀ ଗଣେଶ ଗୌଡ଼ , ବ୍ରହ୍ମପୁର ଅସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ରାମଚନ୍ଦ୍ର ଦାସ ପ୍ରଭୃତିଙ୍କ ସହଯୋଗ ରେ ପୂର୍ବାହ୍ନ ରେ କଷ୍ଟମର ମିଟ ଓ ଅପରାହ୍ନ ରେ ବରିଷ୍ଠ ନାଗରିକ ଓ ପେନସନ ଭୋଗୀ ଙ୍କ ଅଧିବେଶନ ଅନୁଷ୍ଠିତ ହେବା ସହ ଚଳିତ ବର୍ଷ ର ଡାକ ସପ୍ତାହ ଦିବସ ର ଉଦଯାପନ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ