ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା- ୨୦୨୩-୨୪ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା- ୨୦୨୩-୨୪ ଅନୁଯାୟୀ ଜିଲ୍ଲାସ୍ତରରେ ବରିଷ୍ଠ ନାଗରିକମାନଙ୍କର ଚୟନ କରାଯାଇ ତୀର୍ଥଯାତ୍ରା ଆୟୋଜନ କରାଯାଉଅଛି I ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଓ ଯାଜପୁର ଆଦି ୫ ଟି ଜିଲ୍ଲାରୁ ଚୟନ ହୋଇଥିବା ଏକ ହଜାର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ପ୍ରଥମ ପର୍ଯାୟରେ ରେଳ ବିଭାଗ ଯୋଗାଇଦେଉଥିବା ସ୍ୱତନ୍ତ୍ର ରେଳ ଯୋଗେ ଆସନ୍ତା ୨୦୨୪ ମସିହା ଜାନୁଆରୀ ୫ ତାରିଖ ଦିନ ବାଲେଶ୍ଵର ରେଳ ଷ୍ଟେସନ ଠାରୁ ଉଜୈନ-ଓଁକାରେଶ୍ୱର ଅଭିମୁଖେ ଯାତ୍ରା କରିବେ I ପୂର୍ବଦିନ ସମସ୍ତ ଜିଲ୍ଲାରୁ ଆସିଥିବା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀମାନେ ଆସି ଏଠାରେ ପଞ୍ଜିକରଣ ତଥା ସ୍ୱାସ୍ଥ୍ୟ ପରୀକ୍ଷା ଆଦି କରାଇବେ I ଜିଲ୍ଲା ପ୍ରସନ ତରଫରୁ ସେମାନଙ୍କର ଏଠାରେ ରହିବା, ଖାଇବା ପିଇବା, ଯାତାୟାତ ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ସୁବନ୍ଦୋବସ୍ତ କରାଯାଇଅଛି Iଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା- ୨୦୨୩-୨୪ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି I ନିଷ୍ପତି ମୁତାବକ ପଦ୍ମାବତୀ ପାର୍କଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀମାନଙ୍କର ସ୍ୱାଗତ, ପଞ୍ଜିକରଣ ଓ ରହିବା ବ୍ୟବସ୍ଥା କରାଯାଇଅଛି I ସେମାନଙ୍କର ପଞ୍ଜିକରଣ ନିମନ୍ତେ ୧୦ଟି କାଉଣ୍ଟର କରାଯାଇଛି I ସେହିଭଳି ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଉଚିତ ବ୍ୟବସ୍ଥା କରାଯାଇଅଛି I ୪ ତାରିଖ ସନ୍ଧ୍ୟାବେଳେ ପଦ୍ମାବତୀ ପାର୍କ ଠାରେ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଛି I ଯାତ୍ରା ଦିନ ଷ୍ଟେସନ ଠାରେ ପାରମ୍ପରିକ ନୃତ୍ୟ ବାଦ୍ୟ ମଧ୍ୟରେ ତୀର୍ଥଯାତ୍ରୀମାନଙ୍କର ବିଦାୟ କରାଯିବ I ଏହି ତୀର୍ଥଯାତ୍ରାକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ଯଥେଷ୍ଟ ସ୍ବେଛାସେବୀ, କର୍ମଚାରୀ, ପୋଲିସ, ବିଭାଗୀୟ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି I ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ବ ରଞ୍ଜନ ନାୟକ, ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଦୁଲାଳସେନ ଜଗଦ୍ଦେବଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନା ଓ ନିଷ୍ପତି ଗ୍ରହଣରେ ସହାୟତା କରିଥିଲେ I