ବରିଷ୍ଠ ନାଗରିକ ପରିଷଦର ପ୍ରତିଷ୍ଠା ଉତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବରିଷ୍ଠ ନାଗରିକ ପରିଷଦର ପଞ୍ଚମ ପ୍ରତିଷ୍ଠା ଉତ୍ସବ ହାଟଡ଼ିହି ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ନାଗରିକ ପରିଷଦର ସମ୍ପାଦକ ଡାକ୍ତର ଗୋଲକ ବିହାରୀ ନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କଯ୍ୟକ୍ରମରେ ପରିକ୍ଷଦର ସଭାପତି ସାରଙ୍ଗଧର ଜେନା ସଭାପତିତ୍ବ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏଫ.ଓ.ଏସ.ସି.ଏ.ଓ ର କାଯ୍ୟକାରୀ ସଭାପତି ଗିରିଜାନନ୍ଦନ ମହାନ୍ତି , ସମ୍ମାନିତ ଅତିଥି ଭାବେ ନନ୍ଦିପଦା ଥାନାର ଆଇ.ପି.ଏସ ରାକେଶ କୁମାର ସାହୁ, ଏସ.ସି.ଏଫ ପ୍ରବୀର କୁମାର ମୁର୍ମୁ, ନନ୍ଦିପଦା ଇନ୍ସପେକ୍ଟର ରବୀନ୍ଦ୍ର କୁମାର ପାତ୍ର, ଏଫ.ଓ.ଏସ.ସି.ଏ.ଓ ର ସାଧାରଣ ସମ୍ପାଦକ ଆର କେ ସାମନ୍ତରାୟ ,ସରପଞ୍ଚ ଚିନ୍ମୟ କୁମାର ନାୟକ,ଏଫ.ଓ.ଏସ.ସି.ଏ.ଓ ଉପ ସଭାପତି ଅରୁଣ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକ ମାନେ କିପରି ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉ ଥିବା ସମସ୍ତ ସୁବିଧା ସୁଯୋଗ ପାଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ l ଏହି ଅବସରରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ବଶିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଔଷଧ ଦିଆ ଯାଇଥିଲା। ଅତିଥି ମାନଙ୍କ ଦ୍ବାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା l ନାଗରିକ ପରିଷଦର କାମପାଳ ନାୟକ, ଗଣନାଥ ନାୟକ,ମାଧବାନନ୍ଦ ସାହୁ , ନିରାକାର ପାତ୍ର, ମଧୁସୂଦନ ଜେନା, ଵିଷ୍ଣୁ ପ୍ରସାଦ ବେହେରା, ରମାକାନ୍ତ ମଳିକ,ଗୋଲକ ଚନ୍ଦ୍ର ବିଶ୍ୱାଳ, ଅନାଦି ଚରଣ ବିଶ୍ୱାଳଙ୍କ ସମେତ ବହୁ କଯ୍ୟକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏଥିରେ ଶତାଧିକ ବରିଷ୍ଠ ନାଗରିକ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ