ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଆଜାଦି କି ଅମୃତ ମହୋତ୍ସବ ପାଳନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଆଜାଦକି ଅମୃତ ମହୋତ୍ସବ ପାଳନ ହୋଇଯାଇଛି । ହାଟଡିହି ସ୍ଥିତ ମା ତାରିଣୀ ମନ୍ଦିର ପରିସରରେ ପରିଷଦର ସଭାପତି ସାରଙ୍ଗଧର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ରାଜ୍ୟ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଡ. ପ୍ରସନ୍ନ କୁମାର ଦାସ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ହାଟଡିହି ପଞ୍ଚାୟତର ସରପଞ୍ଚ ଚିନ୍ମୟ କୁମାର ନାୟକ, ବରିଷ୍ଠ ନାଗରିକ ମଞ୍ଚର ରାଜ୍ୟ ଉପସଭାପତି ଅରୁଣ ମହାନ୍ତି, ହାଟଡିହି ବିଡିଓ ବିଚିତ୍ର କୁମାର କର, ନନ୍ଦିପଦା ଥାନା ଇନସପେକ୍ଟର ଗଗନ ବିହାରୀ ବିଶ୍ୱାଳ ପ୍ରମୁଖ ଯୋଗଦେଇ ସ୍ୱାଧୀନତାର ୭୫ତମ ବାର୍ଷିକ ପାଳନ ଅବସରରେ ଆଜାଦି କି ଅମୃତ ମହୋତ୍ସବ ପାଳନ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସମସ୍ତ ବରିଷ୍ଠ ନାଗରିକଙ୍କୁ ଜାତୀୟ ପତାକା ପ୍ରଦାନ କରାଯାଇ ନିଜ ନିଜ ଗର ଉପରେ ଜାତୀୟ ପତାକା ଟାଙ୍ଗିବା ପାଇଁ ପରାମର୍ଶ ଦିଆଯାଇଥିଲା । ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଡାକ୍ତର ଗୋଲକ ବିହାରୀ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ କାମପାଳ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶତାଧିକ ବରିଷ୍ଠ ନାଗରିକ ଯୋଗଦେଇଥିଲେ ।