ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ପରିଚୟପତ୍ର ପ୍ରଦାନ

ହାଟଡିହି, (ବିକାଶ ବିଶ୍ୱାଳ ) : ବ୍ଲକ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଆଜି ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ହାଟଡିହି ସ୍ଥିତ ମା ତାରିଣୀ ମନ୍ଦିର ପରିସରରେ ପରିଷଦର ସଭାପତି ସାରଙ୍ଗଧର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁକ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଡ. ପ୍ରସନ୍ନ କୁମାର ଦାସ, ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ସାବିତ୍ରୀ ସେଠୀ, ହାଟଡିହି ପଞ୍ଚାୟତର ସରପଞ୍ଚ ଚିନ୍ମୟ କୁମାର ନାୟକ, ବରିଷ୍ଠ ନାଗରିକ ମଞ୍ଚର ରାଜ୍ୟ ଉପସଭାପତି ଅରୁଣ ମହାନ୍ତି, ହାଟଡିହି ବିଡିଓ ବିଚିତ୍ର କୁମାର କର, ନନ୍ଦିପଦା ଥାନା ଇନସପେକ୍ଟର ଗଗନ ବିହାରୀ ବିଶ୍ୱାଳ ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋକପାତ କରିଥିଲେ । ବିଧାୟକ ଶ୍ରୀଯୁକ୍ତ ସେଠୀ ବରିଷ୍ଠ ନାଗରିକ ପରିଷଦ କାର୍ଯ୍ୟାଳୟ ପାଇଁ ଅନୁଦାନ ଯୋଗାଇ ଦେବାକୁ ମଧ୍ୟ ଘୋଷଣା କରିଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ଠାରୁ ବିଭିନ୍ନ ସୁବିଧା ସୁଯୋଗ ହାସଲ କରିବା ନିମନ୍ତେ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା । ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଡାକ୍ତର ଗୋଲକ ବିହାରୀ ନାୟକ କାର୍ଯ୍ୟକ୍ରମ ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ କାମପାଳ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଅତିଥି ମାନଙ୍କୁ ଚାରା ଉପହାର ଦିଆଯାଇଥିଲା । ନାରାୟଣ ଜେନା, ଜୟନାରାୟଣ ମହାପାତ୍ର, ଗଣନାଥ ନାୟକ, ରମାନାଥ ମଲ୍ଲିକ, ନିରାକାର ପାତ୍ର, ବିଦୁ୍ୟତପ୍ରଭା ଦେଓ, ବୀର କିଶୋର ସ୍ୱାଇଁ, ବାଳମୁକୁନ୍ଦ ନାୟକ, ଗୌରାଙ୍ଗ ଆୟଚ, ଅନାଦି ଚରଣ ପହି, ଭଗବାନ ରାଉତ, ନୃଷିହଂ ଚରଣ ସେଠୀ, କାହ୍ନୁ ଚରଣ ପାଢ଼ୀ, ଚୁଡାମଣି ଘଷଡଇ, କାଳନ୍ଦି ଚରଣ ଚକ୍ର, ନଗେନ୍ଦ୍ର କୁମାର ରଣା, ବିଜୟ କୁମାର ପଟ୍ଟନାୟକ, ଧରଣୀଧର ଜେନା, ପିତାମ୍ବର ସାହୁ, ଦାମୋଦର ଦେବତାଙ୍କ ସମେତ ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ