ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ବ୍ଲକ୍ ଉନ୍ନୟନ ଅଧିକାରୀ ଙ୍କୁ ଦାବି ପତ୍ର

ହାଟଡିହି, (ବିକାଶ ବିଶ୍ୱାଳ ):ବରିଷ୍ଠ ନାଗରିକ ମହାସଂଘ ଓଡ଼ିଶା ର ନିର୍ଦ୍ଦେଶ ତଥା ମହାସଂଘ ର ଉପ ସଭାପତି ଅରୁଣ ମହାନ୍ତି ଙ୍କ ଆହ୍ବାନ କ୍ରମେ, ବରିଷ୍ଠ ନାଗରିକ ପରିଷଦ ହାଟଡିହି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବିପତ୍ର ସମ୍ବଳିତ ଏକ ଦାବିପତ୍ର ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ପରିଷଦ ର ସଭାପତି ସାରଙ୍ଗଧର ଜେନା, ସଂପାଦକ ଡ଼ା: ଗୋଲକ ବିହରୀ ନାୟକ ଙ୍କ ନେତୃତ୍ଵ ରେ ପ୍ରଫୁଲ ଚନ୍ଦ୍ର ସା, ହରେକୃଷ୍ଣ ଘଡେଇ, ଅଲେଖ ଚନ୍ଦ୍ର ପାତ୍ର, ଗୌରାଙ୍ଗ ଚରଣ ଆଇଚ, ଆଦିକନ୍ଦ ପହି, କାଳନ୍ଦୀ ଚରଣ ଚକ୍ର, ମନମୋହନ ବେହେରା, ଗଣନାଥ ନାୟକ, ଅନାଦି ଚରଣ ପହି, ମଧୁ ସୁଦନ ନାୟକ , କୃଷ୍ଣଚନ୍ଦ୍ର ସାହୁ, ଅନାଦି ଚରଣ ବିଶ୍ୱାଳ, ସୁଦାମ ଚରଣ ନାୟକ, ମଧୁସୂଦନ ଜେନା, ନୃସିଂହ ଚରଣ ସେଠୀ, ମିହିର କୁମାର ଜେନା, କୈଳାଶ ରାଉତ, ସନାତନ ଜେନା, ଦାମୋଦର ଦେବତା ଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ରହି ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ