ବରିଷ୍ଠ ନାଗରିକ ମଂଚର ବାର୍ଷିକ ସାଧାରଣ ବୈଠକ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ଅଂଚଳର ବରିଷ୍ଠ ନାଗରିକ ମଂଚର ବାର୍ଷିକ ସାଧାରଣ ବୈଠକ ବୁଧବାର ସ୍ଥାନୀୟ ପୌରାଂଚଳ ବିଶ୍ୱକର୍ମା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଂଚର ସଭାପତି ସୁବାଷ ଚନ୍ଦ୍ର ପୋଲାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସମ୍ପାଦକ ଚିତରଞ୍ଜନ ମହାରଣା ବାର୍ଷିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ମହାମାରୀ କରୋନା ଭୁତାଣୁ ସଂକ୍ରମଣରେ ପ୍ରାଣ ହରାଇଥିବା ମଂଚର ବହୁ ବରିଷ୍ଠ ବ୍ୟକ୍ତିଙ୍କ ସଦଗତି ସକାଶେ ୨ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ନିମନ୍ତ୍ରିତ ଅତିଥି ଭାବେ ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଯୋଗ ଦେଇଥିଲେ । ବୈଠକରେ ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ଦିଗରେ ଆଲୋଚନା କରାଯାଇଥିଲା । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ମଂଚ ପକ୍ଷରୁ ୮ଟି ପ୍ରସ୍ତାବ କାର୍ଯ୍ୟକାରୀ କରିବା ସକାଶେ ଅନୁରୋଧ କରାଯାଇଥିଲା । ବରିଷ୍ଠ ନାଗରିକ ମାନଙ୍କ ସକାଶେ ନିର୍ମାଣଧିନ ଅବସର ବିନୋଦନ କେନ୍ଦ୍ରକୁ ସମ୍ପୁର୍ଣ୍ଣ କରିବା ସହ କେନ୍ଦ୍ର ମଧ୍ୟରେ ଅନ୍ୟାନ ଆନୁଷଙ୍ଗିକ ବ୍ୟବସ୍ଥା ବନ୍ଦୋବସ୍ତ, ପ୍ରାତଃ ଭ୍ରମଣ ସକାଶେ ପାଦଚଲା ରାସ୍ତା ନିର୍ମାଣ, କେନ୍ଦ୍ରର ସୁପରିଚାଳନା ସକାଶେ ପୌର ପରିଷଦ ପକ୍ଷରୁ କର୍ମଚାରୀ ନିଯୁକ୍ତି, ପଞ୍ଜିକରଣ ସକାଶେ ବିଡ଼ିଓଙ୍କ ସହଯୋଗ, ସ୍ଥାନୀୟ ପୌରାଂଚଳରେ ରହିଥିବା ବିଭିନ୍ନ ବ୍ୟାଙ୍କରେ ବରିଷ୍ଟ ନାଗରିକଙ୍କ ସକାଶେ ସ୍ୱତନ୍ତ୍ର କାଉଂଟର ବ୍ୟବସ୍ଥା କରାଯିବାକୁ ସରକାରୀ ନିର୍ଦ୍ଦେଶନାମା ପ୍ରଦାନ କରିାବକୁ ନେଇ ମଂଚ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ଏଯାବତ୍ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇନଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ସଦସ୍ୟମାନଙ୍କୁ ଯଥାଶ୍ରୀଘ ପରିଚୟ ପତ୍ର ପ୍ରଦାନ କରିବାକୁ ମଂଚ ପକ୍ଷରୁ ପୁଲିସ ପ୍ରଶାସନକୁ ଅନୁରୋଧ କରାଯାଇଥିଲା । ଉକ୍ତ ବୈଠକରେ ପୂର୍ବତନ ବିଧାୟକ ହରିହର ସାହୁ, ଗୋବିନ୍ଦ ପାଢି, ଡ଼ାକ୍ତର ଲଡ଼ୁକିଶୋର ସାମନ୍ତରା, ତାରିଣୀ ଚରଣ ସାହୁ, ଡ଼ଃ, ବୃନ୍ଦାବନ ମିଶ୍ର, ଭୀମସେନ ବେହେରା, ନିର୍ମଳ ମିଶ୍ର, ହରିହର ଚୌଧୁରୀ, ରବିନ୍ଦ୍ର ସାହୁ, କବିରାଜ ଚୌଧୁରୀ, ହରିହର ଚୌଧୁରୀ, ସିନ୍ଧୁ ପଣ୍ଡା, ଡ଼ାକ୍ତର ବିଜୟ ଦାଶ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ବିଜୟ ମିଶ୍ର,ସୁରେଶ ଚନ୍ଦ୍ର ରଥଙ୍କ ସମେତ ଶତାଧିକ ବରିଷ୍ଟ ନାଗରିକ ମକ୍ଟକ୍ଟ୍ରର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ