ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବୈଠକ ବଡରାଧାକାନ୍ତ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଞ୍ଚର ସଭାପତି ଲକ୍ଷ୍ମୀନୃସିଂହ ରଥ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅ୍‌ତିଥି ଭାବେ ରାଧାକାନ୍ତ ମଠର ମହନ୍ତ ଯୋଶଦାନନ୍ଦନ, ମୁଖ୍ୟବକ୍ତା ଭାବେ ବିଚିତ୍ରାନନ୍ଦ ବେବେତର୍ତ୍ତା ପ୍ରମୁଖ ଯୋଗଦେଇଥିଲେ । ସଂପାଦକ ହରିମୋହନ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରି ମଞ୍ଚ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯଥା ପାରଳାଖେମୁଣ୍ଡି ରେଳ ଷ୍ଟେସନର ଉଚ୍ଚତା ବୃଦ୍ଧି, ବରିଷ୍ଠ ନାଗରିକ ମାନଙ୍କ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ ଗୋଟି ଶଯ୍ୟା ଓ ଆଇସିୟୁ ୱାର୍ଡରେ ସଂରକ୍ଷଣ, ରିହାତି ପ୍ରଦାନ, ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ଆଦି ସମ୍ପର୍କିତ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବାର ସୂଚନା ଦେଇଥିଲେ । ଏହା ସହ ଅବ୍ୟବହୃତ ହୋଇ ପଡି ରହିଥିବା ଯେ କୌଣସି ଏକ ପ୍ର।।ଥମିକ ବିଦ୍ୟାଳୟ ଗୃହକୁ ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟାଳୟ ନିମନ୍ତେ ଯୋଗାଇଦେବା ପାଇଁ ଗଜପତି ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିବାର ମଧ୍ୟ ସୂଚନା ଦେଇଥିଲେ । ମଞ୍ଚର ସଭାପତି ଶ୍ରୀ ରଥଙ୍କ ପ୍ରସ୍ତାବ କ୍ରମେ ଏକ କଲ୍ୟାଣ ପାଣ୍ଠି ଗଠନ କରିବା ପାଇଁ ସର୍ବ ସମ୍ମତ୍ତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଏହା ସହ ଉକ୍ତ ସଭାରେ ମଞ୍ଚର ସଭାପତି ଦିବଂଗତ ସଦସ୍ୟମାନଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ସମସ୍ତ ସଭ୍ୟ ଦୁଇମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉପସଭାପତି ରାମଚନ୍ଦ୍ର ପାଢୀ, କୋଷାଧ୍ୟକ୍ଷ ରଘୁନାଥ ମହାରଣା ପ୍ରମୁଖ ପରିଚାଳନା କରିଥିବା ବେଳେ ବରିଷ୍ଠ ନାଗରିକ ମଞ୍ଚର ବହୁ ସଭ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ