ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସଭା

ବାଲେଶ୍ୱର, (ସରୋଜ ପଣ୍ଡା):ବରିଷ୍ଠ ନାଗରିକ ମଞ୍ଚର ତ୍ରୟୋମାସିକ ସାଧାରଣ ସଭା ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ନୃତ୍ୟ ସଙ୍ଗୀତ କଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମଞ୍ଚର ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରା ସଭାର ବିଭିନ୍ନ କାର୍ଯ୍ୟକ୍ରମ ଉପସ୍ଥାପନ ସମସ୍ତଙ୍କୁ ସାଙ୍ଗକୁ ଆସନ୍ନ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଶୁଭେଚ୍ଛା ଜଣାଇଥିଲେ । ସଭାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବରିଷ୍ଠ ନାଗରିକଙ୍କ କଲ୍ୟାଣ କଳ୍ପେ ଉଦ୍ଦିଷ୍ଟ ବିଭିନ୍ନ ସାମାଜିକ, ଅର୍ଥନୈତିକ ଯୋଜନା ଯଥା – ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି, ଦୂରଦୂରାନ୍ତ ଯାତ୍ରା ପାଇଁ ରେଳଯାତ୍ରୀ ଭଡ଼ାରେ ରିହାତି, ପ୍ରତି ଜିଲାରେ ଅସହାୟ ଓ ନିଃସ୍ୱ ବୃଦ୍ଧବୃଦ୍ଧାଙ୍କ ଥଇଥାନ ପାଇଁ ସରକାରୀ ବୃଦ୍ଧାଶ୍ରମ ନିର୍ମାଣ, ବୟୋବୃଦ୍ଧମାନଙ୍କ ସ୍ୱାସ୍ଥ୍ୟସେବା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ଜେରିଆଟ୍ରିକ୍ ୱାର୍ଡ଼ ସ୍ଥାପନ ସମ୍ପର୍କରେ ଆଲୋଚନା ହୋଇଥିଲା । ସେହିଭଳି ବରିଷ୍ଠ ନାଗରିକମାନଙ୍କର ଅବସର ବିନୋଦନ ପାଇଁ ଜିଲାର ବିଭିନ୍ନ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀକୁ ପରିଭ୍ରମଣ କରିବା, ମଞ୍ଚର ବାର୍ଷିକ ମୁଖପତ୍ର ‘ସାୟାହ୍ନ’ ପ୍ରକାଶନ ପାଇଁ ଲେଖା ପଠାଇବା ସମ୍ପର୍କରେ ଉପସ୍ଥିତ ସଦସ୍ୟମାନଙ୍କୁ ଅବଗତ କରାଯାଇଥିଲା । ଏହା ବ୍ୟତୀତ ସହର ଉପକଣ୍ଠ ଗଣେଶ୍ୱରପୁର ଠାରେ ପ୍ରସ୍ତାବିତ ବସଷ୍ଟାଣ୍ଡ ନିର୍ମାଣ ଲାଗି ଉଦ୍ଦିଷ୍ଟ ଜମିରେ ପ୍ରଶାସନ ପକ୍ଷରୁ ବହୁତଳ ବିଶିଷ୍ଟ ବ୍ୟବସାୟିକ ବିଲ୍ଡିଂ ନିର୍ମାଣ ନେଇ ପ୍ରଶାସନର ନିଷ୍ପତ୍ତିକୁ ଏହି ବୈଠକରେ ଦୃଢ଼ ବିରୋଧ କରାଯାଇଥିଲା । ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ଏଥିରୁ ନିବୃତ୍ତ ହେବାକୁ ଉପସ୍ଥିତ ସଦସ୍ୟମାନେ ଦାବି କରିଥିଲେ । ମଞ୍ଚର ସମ୍ପାଦକ ଦାମୋଦର ନାୟକ, ରେଣୁବାଳା ଦାସ, ବାସନ୍ତୀ କର, ଦୀନବନ୍ଧୁ ଲେଙ୍କା, ଅଧ୍ୟାପକ ବିନୋଦ ନାୟକ, ବେଣୁଧର ସାହୁ, ସୁରେନ୍ଦ୍ର ପଣ୍ଡା, ଅନିଲ୍ କୁମାର ପଣ୍ଡା, ତ୍ରିଦୀବ ନାୟକଙ୍କ ସମେତ ଉପ-ସଭାପତି ସୀତାରାମ ପ୍ରଧାନ, ଗୋପୀନାଥ ଦାସ, ଡ. ପଦ୍ମଲୋଚନ ପାତ୍ର, ଡ. ଗୋବିନ୍ଦ୍ର ଚନ୍ଦ୍ର ବିଶ୍ୱାଳ, ଡ. କ୍ଷୀତିଶ୍ୱର ଦାଶ, ଅଧ୍ୟାପକ ଶତୃଘ୍ନ ମଲ୍ଲିକ, ବରିଷ୍ଠ ଆଡ଼ଭୋକେଟ୍ ନିରଞ୍ଜନ ପରିଡ଼ା, କଲ୍ୟାଣୀ ନନ୍ଦ, ଦେବେନ୍ଦ୍ର ନାଥ ଚୌଧୁରୀ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ମହେଶ୍ୱର ବେହେରା, ପ୍ରଫୁଲ୍ଲ କୁମାର ଦାସ, ଗୋବିନ୍ଦ ଚନ୍ଦ୍ର ମାଝୀ ଲମ୍ବୋଦର ନାୟକ, ଯୋଗେଶ ଚନ୍ଦ୍ର ପ୍ରଧାନ, ପ୍ରଭାକର ରାଉତ, କାର୍ତ୍ତିକ ଚନ୍ଦ୍ର ନାୟକ, ମନୋରଞ୍ଜନ ପଣ୍ଡା, ପ୍ରସନ୍ନ କୁମାର ପାଢ଼ୀ, କମଳାକାନ୍ତ ନାୟକ ପ୍ରମୁଖ ଏଥିରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସମ୍ପାଦକ ଦାମୋଦର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ