ବରିଷ୍ଠ ନାଗରିକ ମଞ୍ଚର ୧୨ତମ ପ୍ରତିଷ୍ଠା ଉତ୍ସବ ୧୦ରେ

ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲା ବରିଷ୍ଠ ନାଗରିକ ମଞ୍ଚର ୧୨ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଅଧିବେଶନ ପାଇଁ ଶେଷ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ଜିଲା କାର୍ଯ୍ୟାଳୟରେ ବୈଦ୍ୟନାଥ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା ଉତ୍ସର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ଗିରୀଷ ଚନ୍ଦ୍ର ଦାଶ, ବିଷ୍ଣୁ ପ୍ରସାଦ ମହାନ୍ତି, ଅର୍ଚ୍ଚନା ନନ୍ଦୀ, ଦେବେନ୍ଦ୍ର ନାଥ ଚୌଧୁରୀ, ନିରଞ୍ଜନ ପରିଡ଼ା, ଦାମୋଦର ନାୟକ, ମଧୁସୂଦନ ଜେନା, ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଏଥିରେ ଯୋଗଦେଇ ଆସନ୍ତା ୧୦ ତାରିଖରେ ସ୍ଥାନୀୟ ନୃତ୍ୟସଂଗୀତ କଳାମନ୍ଦିର ପରିସରରେ ହେବାକୁ ଥିବା ବାର୍ଷିକ ଅଧିବେଶନର କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ବିଧାୟକ, ଜିଲାପାଳ ଓ ରାଜ୍ୟ କମିଟିର ନେତୃବୃନ୍ଦ ଅତିଥି-ବକ୍ତା ଭାବେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି । ପ୍ରତିନିଧି ଅଧିବେଶନରେ ସମସ୍ତ ବ୍ଲକ କମିଟି ଓ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ଯୋଗ ଦେବେ । ଏହି ଉତ୍ସବର ସଫଳ ଆୟୋଜନ ଉପରେ ବିଶେଷ ଧ୍ୟାନ ଦେବା ଉପରେ କର୍ମକର୍ତ୍ତାମାନେ ଗୁରୁତ୍ୱ ଦେଇଥିଲେ । ଯଶୋଦା ନନ୍ଦନ ଆସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ