ବରିଷ୍ଠ ନାଗରିକ ମଞ୍ଚ କର୍ମକର୍ତ୍ତା ନିର୍ବାଚନ
ଗାଙ୍ଗପୁର,(ସନ୍ତୋଷ ବିଷୋୟୀ): ବେଲଗୁଣ୍ଠା ପଞ୍ଚାୟତ ସମିତି ବରିଷ୍ଠ ନାଗରିକ ମଞ୍ଚର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ନୂଆପଡ଼ା ବୈକୁଣ୍ଠନାଥ ମନ୍ଦିର ପରିସରରେ କିଶୋର ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସର୍ବସମ୍ମତିକ୍ରମେ ସଭାପତି ରୂପେ ନିକୁଞ୍ଜ ବିହାରୀ ଖଣ୍ଡୁଆଳ ,ଉପସଭାପତି ରୂପେ ସୁରେନ୍ଦ୍ର ଗୈାଡ ଓ କର୍ପୂର ସ୍ଵାଇଁ ସାଧାରଣ ସମ୍ପାଦକ ରୂପେ ପ୍ରସନ୍ନ କୁମାର ବିଶ୍ବାଳ, ସହସମ୍ପାଦକ ରୂପେ ଦିଲିପ ପ୍ରସାଦ ଜେନା, ସଂଗଠନ ସମ୍ପାଦକ ସୁରେଶ ଚନ୍ଦ୍ର ପଣ୍ଡା,କୋଷାଧ୍ୟକ୍ଷ ରୂପେ କୃଷ୍ଣଚନ୍ଦ୍ର ନାୟକଙ୍କୁ ମନୋନୀତ କରାଯାଇଥିଲା । ଏତଦବ୍ୟତୀତ ପ୍ରଭାକର ଜେନା, କିଶୋର ଚନ୍ଦ୍ର ପଣ୍ଡା, ତ୍ରିନାଥ ନାୟକ,ଶରତ ଚନ୍ଦ୍ର ସାହୁ, ଲକ୍ଷ୍ମଣସେନ ବିଷୋୟୀ,ବିପ୍ର ସ୍ୱାଇଁ , ଅର୍ଜୁନ ସ୍ୱାଇଁ , ତ୍ରିନାଥ ଗୈାଡ, ସୁଦର୍ଶନ ରାଉତ, ଦଣ୍ଡପାଣି ଵରାଡ,ବଂଶୀଧର ମଳିକଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି । ଉକ୍ତ ବୈଠକରେ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ତଥା ସରକାରୀ ସୁବିଧା ପାଇବା ଉପରେ ଆଲୋଚନା କରିଵା ସହ ସରକାରୀ ସ୍ତରରେ ପଞ୍ଜିକୃତ କରିବା ପାଇଁ ସ୍ଥିର କରାଗଲା । ପରିଶେଷରେ କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।