ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ବିଜିପୁର ସନ୍ତୋଷୀ ମା କଲ୍ୟାଣୀ ମଣ୍ଡପଠାରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଜ୍ୟୋତିଷ ବିଷାରଦ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ୧୧୨ତମ ଜୟନ୍ତୀ ପାଳନ ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୬ ତାରିଖରେ ପାଳନ କରାଯିବ । ଉକ୍ତ ବୈଠକରେ ଆସନ୍ତାକାଲି ଜ୍ୟେତିଷ ପଣ୍ଡିତ ବଧୁ ପ୍ରସାଦ ମିଶ୍ରଙ୍କୁ ସମ୍ବଦ୍ଧିତ କରାଯିବ ବୋଲି ସ୍ଥିର କରାଯାଇଛି । ଏହା ସହ ଏକ ସ୍ମୃତି ସଭାର ଆୟୋଜନ କରାଯାଇ ସହରର ସମସ୍ତ ସାମ୍ବାଦିକମାନେ ଯୋଗଦେଇ ବହୁ ପ୍ରତିଭାବାନ ଜ୍ୟୋତିଷ ବାଇକୋଳିଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରାଯିବ । ଉକ୍ତ ବୈଠକରେ ବଦ୍ରୀ ପ୍ରସାଦ ଦାସ ଙ୍କ ସମେତ ନାଗରିକ ମଞ୍ଚର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ