ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବାଇକୋଳି ଜୟନ୍ତୀ ପାଳିତ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ବିଜିପୁରସ୍ଥିତ ସନ୍ତେଷୀମା କଲ୍ୟାଣୀ ମଣ୍ଡପଠାରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପଣ୍ଡିତ ବାଇକୋଳି ଜ୍ୟେତିଷ ବିଶାରଦ ବାଇକୋଳି ମହାପାତ୍ରଙ୍କ ୧୧୨ ତମ ଜୟନ୍ତି ସଭାପତି ତପସ୍ୱୀ ତ୍ରିନାଥ ମହାରଣାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଅବସରରେ ଜ୍ୟୋତି କଳାନିଧି ବଧୁ ପ୍ରସାଦ ମିଶ୍ରଙ୍କୁ ମଞ୍ଚ ପକ୍ଷରୁ ମାନପତ୍ର , ଉପେଢୌକନ ଓ ଫୁଲତୋଡା ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ବୃନ୍ଦାବନ ପାଟୋଇ. ଆଡଭୋକେଟ ପ୍ରଭାତ କୁମାର ମିଶ୍ର , ବରିଷ୍ଠ ସାମ୍ବାଦିକ ଜଗନ ମୋହନ ମହାପାତ୍ର , ବିଘ୍ନେଶ୍ୱର ପାଢୀ , ଉପସଭାପତି ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗଦେଇ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ଜ୍ୟୋତିଷ ଓ,ମ୍ପର୍କରେ ପାଞ୍ଜଳ ଭାବରେ ବର୍ଣ୍ଣନା କରିଥିଲେ । ଏହା ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଜ୍ୟୋତିଷ ପାଠ୍ୟକ୍ରମ ଚାଲୁ ରଖିବାକୁ ସିଣ୍ଡିକେଟ ସ୍ୱିକୃତୀ ଦେଇଥିବାବେଳେ ତାହା କାର୍ଯ୍ୟକରିବାକୁ ସ୍ମୃତି ସଭାରେ ଦାବି କରିଥିଲେ । ବ୍ରହ୍ମପୁର ସହରକୁ ସୌନ୍ଦର୍ଯ୍ୟକରଣ କରିବାକୁ ଥିବା ରାମଲିଙ୍ଗେଶ୍ୱର ପୋଖରୀ ଚତୁଃପାଶ୍ୱର୍ରେ ଗଞ୍ଜାମ ସମେତ ଓଡିଶାର ବରପୁତ୍ରମାନଙ୍କର ପ୍ରତିମୁର୍ତ୍ତି ସ୍ଥାପନା କରିବାକୁ ଦାବୀ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବଦ୍ରି ପ୍ରସାଦ ପାତ୍ର ପ୍ରାରମ୍ଭିକ ସୁଚନା ଦେଇଥିବାବେଳେ ପଣ୍ଡିତ ମନମୋହନ ଶତପଥୀ ବେଦ ପଠନ କରିଥିଲେ । ଶେଷରେ ବିଜୟ କୁମାର ବିଷୋୟୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ