ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଅରୁଣ ଦେଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ବିଶଷ୍ଟ ରାଜନେତା ତଥା ପୂର୍ବତନ ବିଧାୟକ ଦିବଂଗତ ଅରୁଣ ଦେ’ଙ୍କ ବିୟୋଗରେ ଜିଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା ସ୍ୱର୍ଗତ ଦେ’ଙ୍କର ଗତ ଅର୍ଦ୍ଧଶତାବ୍ଦୀର ରାଜନୈତିକ ଓ ସାମାଜିକ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ମଞ୍ଚର ଉପ-ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ଅର୍ଚ୍ଚନା ନନ୍ଦୀ, ଗିରୀଶ ଚନ୍ଦ୍ର ଦାଶ, ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ, ଦେବେନ୍ଦ୍ର ଚୌଧୁରୀ, ଦାମୋଦର ନାୟକ, ଅଖିଳ କୁମାର ଦାସ, ଯଶୋଦାନନ୍ଦନ ଆସ, ଲକ୍ଷ୍ମୀନାରାୟଣ ଘୋଷ, ଗୋପୀନାଥ ଦାସ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ଦେଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଛାତ୍ର ଜୀବନରୁ ନେତୃତ୍ୱ ନେବାର ପରାକାଷ୍ଠା ପ୍ରଦର୍ଶନ ସହ ପ୍ରଦାନ ପାଇଁ ଜୀବନବ୍ୟାପୀ ସମାଜସେବାକୁ ସେ ଆଦରି ନେଇଥିଲେ ବୋଲି ବକ୍ତାମାନେ କହିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ସ୍ୱର୍ଗତ ଦେ’ଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ଓ ଦୁଇମିନିଟ୍ ନିରବ ପ୍ରାର୍ଥନା ପୂର୍ବକ ତାଙ୍କର ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।