ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମୃତ ରେଳଯାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର, (ସରୋଜ ପଣ୍ଡା):ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲା ବରିଷ୍ଠ ନାଗରିକ ମଞ୍ଚର ବୈଠକରେ ବାହାନଗା ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବୈଠକରେ ଉପସ୍ଥିତ କର୍ମକର୍ତ୍ତା ଓ ସଦସ୍ୟମାନେ ନିରବ ପ୍ରାର୍ଥନା ପୂର୍ବକ ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ,ଥି ସହିତ ଆହତ ଯାତ୍ରୀଙ୍କ ଉପଯୁକ୍ତ ଚିକିତ୍ସା ଏବଂ ସେମାନଙ୍କ କ୍ଷୟକ୍ଷତିର ସହାୟତା ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯଥା ଉଦ୍ୟମ କରିବାକୁ ମଞ୍ଚ ପକ୍ଷରୁ ନିବେଦନ କରାଯାଇଛି ।ଏହି ବୈଠକରେ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା, ଉପ-ସଭାପତି ଅର୍ନ୍ତ୍ୟାମୀ ପ୍ରଧାନ ଓ ସୀତାରାମ ପ୍ରଧାନ, ସମ୍ପାଦକ ଦାମୋଦର ନାୟକ, ଗୌରାଙ୍ଗ ପାଣିଗ୍ରାହୀ, ମନୋଜ ନାୟକ, ଶ୍ୟାମସୁନ୍ଦର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ