ବରିଷ୍ଠ ନାଗରିକ ମଞ୍ଚ ପାଳିଲା ୭୮ ତମ ସ୍ବାଧୀନତା ଦିବସ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଭାରତ ସ୍ବାଧୀନତାର ୭୮ ତମ ଉତ୍ସବ ପାଳନ କରିଛି କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ। ମଞ୍ଚର ସଂଯୋଜକ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ଓ ସଭାପତି ନରହରି ପ୍ରଧାନ ମିଳିତ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ମଞ୍ଚର ସଂପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ସଂଯୋଜକ କାମରାଜୁ ମହାରଣା ମୁଖ୍ଯ ଆଲୋଚକ ରୂପେ ଯୋଗଦେଇ ଭାରତର ସ୍ବାଧୀନତା ସଂଗ୍ରାମର ଇତିହାସ ଆଲୋଚନା କରି ଭାରତ ମାତାର ବରପୁତ୍ର ମାନଙ୍କ ସ୍ମୃତିଚାରଣ କରିଥିଲେ ଏବଂ ସମସ୍ତ ବରିଷ୍ଠ ନାଗରିକ ପରସ୍ପର ସ୍ନେହ,ସୌହାର୍ଦ୍ଦ୍ଯ ଓ ଭାଇଚାରା ସୃଷ୍ଟିକରିବା ପାଇଁ ପରାମର୍ଶ ଦେଇଥିଲେ।ଅନ୍ଯମାନଙ୍କ ମଧ୍ଯରେ ଅବସର ପ୍ରାପ୍ତ ସୈନିକ ସତ୍ଯବାଦୀ ସାହୁ,ଗଗନ ବିହାରୀ ସାହୁ,ଗଜେନ୍ଦ୍ର ସାହୁ,ଯୁଗ୍ମ ସଂପାଦକ ଗୋପାଳ ଚନ୍ଦ୍ର ମହାରଣା ଭାରତ ମାତାର ସୁରକ୍ଷାରେ ସେମାନଙ୍କର ଅନୁଭୁତି ବର୍ଣ୍ଣନା କରିଥିଲ।ଶେଷରେ ମଞ୍ଚରେ ସାମିଲ୍ ହେବାପାଇଁ ଷାଠିଏ ବର୍ଷରୁ ଅଧିକ ବୟସ୍କ ବ୍ଯକ୍ତିଙ୍କୁ ଆହ୍ବାନ କରାଯାଇ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ