ବରିଷ୍ଠ ନାଗରିକ ଯତ୍ନ ନିଳୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବର୍ତ୍ତମାନ ରାଜ୍ୟରେ ବଢ଼ି ଚାଲିଥିବା ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ପାରିବାରିକ ସମସ୍ୟାର ସମୂହ ସମାଧାନ ପାଇଁ ମନ୍ଦିରମାଳିନୀ ନଗର ତଥା ସ୍ମାର୍ଟ କ୍ୟାପିଟାଲ୍ ଭୁବନେଶ୍ୱର ପ୍ଲଟ୍ ନମ୍ବର ୧୪୯୪ ଠାରେ ଏକ ୨୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର “ବରିଷ୍ଠ ନାଗରିକ ଯତ୍ନ ନିଳୟ”ର ଶୁଭ ପ୍ରତିଷ୍ଠା କରାଯାଇଛି । ଏହି ‘ନିଳୟ’ରେ ଘରର ଆତ୍ମୀୟସ୍ୱଜନ ସଦୃଶ ପରିବେଶରେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା, ତୀର୍ଥ ଭ୍ରମଣ ସୁବିଧା, ଯୋଗାସନ, ପ୍ରାଣାୟମ ସହିତ ସାନ୍ଧ୍ୟ ଭ୍ରମଣ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ‘ନିଳୟ’ ଅଧୀକ୍ଷକ ଶ୍ରୀମତୀ ସମିତା ନାୟକ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।ଆବଶ୍ୟକସ୍ଥଳେ ଶୀତତାପ ନିୟନ୍ତ୍ରିତ କକ୍ଷ ସହ ସ୍ୱତନ୍ତ୍ର ବ୍ୟବସ୍ଥାରେ ନିରାପତ୍ତାଯୁକ୍ତ ଆରାମଦାୟକ ରହଣୀ ଭବିଷ୍ୟତ ଜୀବନରେ ଏକ ନୂତନ ସମ୍ଭାବନାର ଆଲୋକ ସ୍ତମ୍ଭ ସଦୃଶ କାର୍ଯ୍ୟ କରିବ ବୋଲି ଅରୋଶିଖା ଅନୁଷ୍ଠାନର କାର୍ଯ୍ୟକାରୀ କର୍ମକର୍ତ୍ତା ତଥା ସମାଜସେବୀ ଶ୍ରୀମତୀ ଭକ୍ତିପ୍ରିୟା ପାଣି ପ୍ରତିଶ୍ରୁତି ଦେଇଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ପାକ୍ଷିକ ଖବରକାଗଜର ପ୍ରକାଶିକା ଶ୍ରୀମତୀ ଶୈଳବାଳା ସାହୁ, ସଦସ୍ୟ ସଚିବ ପଦ୍ମଚରଣ ମହାପାତ୍ର, କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାରଣା, ସହ କର୍ମକର୍ତ୍ତା ଶ୍ରୀ ସୁବୋଧ ଚରଣ ନାୟକ ଓ ଡାଟା ଅପରେଟର ସୁଶ୍ରୀ ସ୍ମୃତିରେଖା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


