ବରିଷ୍ଠ ନାଟ୍ୟକାର ନିର୍ଦେଶକ ପ୍ରଫେସର କାର୍ତ୍ତିକ ଚନ୍ଦ୍ର ରଥଙ୍କ ପରଲୋକ
ବରିଷ୍ଠ ନାଟ୍ୟକାର ତଥା ନିର୍ଦେଶକ କାର୍ତ୍ତିକ ଚନ୍ଦ୍ର ରଥଙ୍କ ୬୯ ବର୍ଷରେ ପରଲୋକ ହୋଇଯାଇଛି । ସେ ଜୀବନରେ ୧୦୦ ରୁ ଉଦ୍ଧ୍ୱର୍ ନାଟକ ରଚନା କରିଥିଲେ । ସେ ଜାତୀୟ ସ୍ତରରେ କେନ୍ଦ୍ର ସଂଙ୍ଗୀତ ନାଟକ ଏକାଡେମୀ , ଓଡିଶା ସାହିତ୍ୟ ଏକାଡେମୀ ପୁରଷ୍କାର ପ୍ରାପ୍ତ ହୋଇଥିôଲେ । ଏହା ସହିତ ସେ ଦେଶ ବିଦେଶରେ ମଧ୍ୟ ନାଟ୍ୟ ସଂସ୍ଥା ମାନଙ୍କରେ ଯୋଗ ଦେଇ ନିଜର ପ୍ରତିଭା ଦେଖାଉଥିଲେ ।ପ୍ରଫେସର ୧୯୪୯ ମସିହା ମାର୍ଚ୍ଚର୍ ୨୧ ତାରିଖରେ ସେ ବ୍ରହ୍ମପୁର ଠାରେ ଜନ୍ମ ଗ୍ରହଣ କରିଥିଲେ ।କଟକ ଶେଖ ବଜାର ସ୍ଥିତ ତାଙ୍କ ବାସ ଭବନରେ ପରଲୋକ ହୋଇଯାଇଛି ।ମୃତ୍ୟୁ ଶର୍ଯ୍ୟା ପାଖରେ ତାଙ୍କର ପରିବାର ଲୋକ ଶୋକାକୁଳ ପରିବେଶରେ କ୍ରନ୍ଦନର ସ୍ୱର ଫାଟି ଉଠିପଡୁଥିଲା ।