ବରିଷ୍ଠ ନେତାଙ୍କ ବିଜେପିରେ ଯୋଗଦାନରେ ବିଜେପିର ଶକ୍ତି ବୃଦ୍ଧି

ବାଲେଶ୍ୱର (ଯୁଗାବ୍ଦନ୍ୟୁଜ),: ସରିଲା ୨୦୧୯ ସାଧାରଣ ନିର୍ବାଚନ । ପ୍ରକାଶ ପାଇଲା ନିର୍ବାଚନ ଫଳାଫଳ । ଲଗାତାର ଭାବେ ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ସରକାର ସଂଖ୍ୟା ଗରିଷ୍ଠତା ଲାଭ କରି ସରକାର ଦାବୀ ଦଖଲ କରିଛି । ଅପର ପକ୍ଷରେ ୨୦୧୪ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ଭାରତୀୟ ଜନତା ପାର୍ଟି ଦ୍ୱିତୀୟ ସ୍ଥାନକୁ ଆସି ବିରୋଧୀ ଦଳ ଆସନରେ ବସିବାରେ ଯୋଗ୍ୟତା ପାଇଛି । ଓଡିଶାରେ ବିଜେପି ୮ଟି ସାଂସଦ ସ୍ଥାନ ପାଇଥିବା ବେଳେ ରାଜ୍ୟ ବିଧାନସଭାରେ ୨୩ଟି ଆସନ ପାଇଛି । ବାସ୍ତବରେ ବିଜୟ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଅନ୍ୟ ଦଳର ବରିଷ୍ଠ ଟାଣୁଆ ନେତାଙ୍କର ବିଜେପିରେ ଯୋଗଦାନ ଫଳରେ ବିଜେପିର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ନେତାଙ୍କର ଯୋଗଦାନର ବିଳମ୍ବତାକୁ ନେଇ ପ୍ରଶ୍ନ ଉଠିଛି । ବାଲେଶ୍ୱର ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଜିତିବାରେ ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଥିବା ରଘୁନାଥ ମହାନ୍ତିଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଗତ ୨୦୧୪ ନିର୍ବାଚନ ସମୟରେ ବସ୍ତା ନିର୍ବାଚନ ମଣ୍ଡଳୀରୁ ସାଂସଦ ପ୍ରାର୍ଥୀ ଥିବା ପ୍ରତାପ ଚନ୍ଦ୍ର ଷଡଙ୍ଗୀ ୧୮,୧୬୬ ଖଣ୍ଡ ଭୋଟ୍ ପାଇଥିବା ବେଳେ ଏବେ ୨୦୧୯ ନିର୍ବାଚନରେ ୫୧,୩୩୧ ଖଣ୍ଡ ଭୋଟ୍ ପାଇଛନ୍ତି । ଯାହାକି ନୂତନକରି ବିଜେପିରେ ଯୋଗ ଦେଇ ବିଧାନସଭା ପ୍ରାର୍ଥୀ ଥିବା ରଘୁନାଥ ମହାନ୍ତିଙ୍କର ଏଥିରେ ଯଥେଷ୍ଟ ଅବଦାନ ରହିଛି । ପ୍ରକାଶ ଯୋଗ୍ୟ ଯେ ୨୦୧୪ରେ ବିଜୟୀ ବିଜେଡି ସାଂସଦ ପ୍ରାର୍ଥୀ ରବିନ୍ଦ୍ର କୁମାର ଜେନା ୭୪,୮୮୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ଏଥର ୨୦୧୯ରେ ୭୩,୪୨୧ ଖଣ୍ଡ ଭୋଟ୍ ପାଇ ପାଖାପାଖି ନିଜର ସ୍ଥିତି ସମ୍ଭାଳି ରଖିଛନ୍ତି । ବାସ୍ତବରେ ଏଥର ବିଜେପିର ଭୋଟ୍ ସଂଖ୍ୟା ୧୮ ହଜାରରୁ ୫୧ ହଜାରକୁ ବୃଦ୍ଧି ପାଇଥିବାରୁ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଜିତିବାରେ ଯଥେଷ୍ଟ ସହାୟକ ହୋଇଛି । ଅପରପକ୍ଷରେ ଗତ ୨୦୧୪ରେ ବିଜେପିର ବିଧାନସଭା ପ୍ରାର୍ଥୀ ଶ୍ୟାମା ପ୍ରସାଦ ବେହେରା ୧୧,୧୬୫ ଖଣ୍ଡ ଭୋଟ୍ ପାଇଥିବା ବେଳେ ୨୦୧୯ରେ ବିଜେପି ବିଧାନସଭା ପ୍ରାର୍ଥୀ ରଘୁନାଥ ମହାନ୍ତି ୩୬,୮୭୪ ଖଣ୍ଡ ଭୋଟ୍ ପାଇ ଯଥେଷ୍ଟ ଆଗରେ ଅଛନ୍ତି । ଏଥିରୁ ଜଣାଯାଉଛି ରଘୁନାଥ ମହାନ୍ତିଙ୍କ ଯୋଗଦାନ ଏଥର ସାଂସଦ ପ୍ରାର୍ଥୀ ଜିତିବାରେ ଯଥେଷ୍ଟ ଖୋରାକ ଯୋଗାଇଛି । ଯଦି ରଘୁନାଥ ମହାନ୍ତି ଆଉ କିଛି ଦିନ ଆଗରୁ ବିଜେପିରେ ଯୋଗଦାନ କରିଥାଆନ୍ତେ ତାହେଲେ ଦଳ ଆହୁରି ସଂଗଠିତ ହୋଇଥାନ୍ତା ଓ ବିଜେପି ବିପୁଳ ସଂଖ।।ରେ ବିଜୟ ଲାଭ କରିଥାଆନ୍ତା ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମହଲରେ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ