ବରିଷ୍ଠ ପାଲା ଗାୟକ ପ୍ରଫୁଲ୍ଲ ମହାରଣାଙ୍କ ଏକାଦଶାହରେ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା
ଡେଲାଙ୍ଗ, (ଯୁଗାବ୍ଦ ନ୍ୟୁଜ):ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଖେଳାଉରୀ ଗ୍ରାମର ବରିଷ୍ଟ ପାଲା ଗାୟକ ସ୍ବର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ମହାରଣାଙ୍କ ଏକାଦଶାହ ଉତ୍ସବରେ ଏକ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଦିବ୍ୟଙ୍ଗତ ମହାରଣାଙ୍କ ବାସଭବନ ସମ୍ମୁଖରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି! ଶ୍ରୀ ଅନନ୍ତ ଗୋପାଳ ଗୁରୁ ଦାସ ପାଲା ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଗାୟକ ନାରାୟଣ ମହାରଣା, ମୁଖ୍ୟବକ୍ତା ରୂପେ ଅଭିମନ୍ୟୁ ସ୍ୱାଇଁ, ସମ୍ମାନିତ ଅତିଥିଭାବେ ହରିହର ସାମନ୍ତରାୟ, ରମେଶ ଚନ୍ଦ୍ର ପ୍ରଧାନ, ପ୍ରମୁଖ ଯୋଗଦେଇଥିଲେ ! ଉକ୍ତ ସ୍ମୃତି ଚାରଣ ସଭାରେ ଗାୟକ କାଶୀନାଥ ଜେନାଙ୍କ ଅଧ୍ୟକ୍ଷତା କରିଥିଲେ! ଗାୟକ ବସନ୍ତ କୁମାର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପାଲା ସମିତିର ସମ୍ପାଦକ ତଥା ପାଲା ଗାୟକ ପ୍ରମୋଦ କୁମାର ଜେନା ମଞ୍ଚ ପରିଚାଳନା କରିଥିଲେ ! ଦିବ୍ୟଙ୍ଗତ ମହାରଣାଙ୍କ ପାଲା ଗୁରୁ ବିଶ୍ୱନାଥ ସାହୁ, ଗିରିଧାରୀ ମହାପାତ୍ର ସହ ଜଗନ୍ନାଥ ଧର୍ମ ପ୍ରଚାରକ ଶରତ ରାଉତ,ସମେତ ରଶ୍ମି ମହାନ୍ତି, ସୁନିଲ ମହାପାତ୍ର, କୈଳାସ ପାଣି, କୈଳାସ ରାଉତ,ବଟକୃଷ୍ଣ ମହାପାତ୍ର, ବିଚିତ୍ର ତ୍ରିପାଠୀ, ସାଧୁ ଚରଣ ନାୟକ,ଦୁର୍ଯ୍ୟଧନ ପ୍ରଧାନ, ବୀଣାପାଣି ପଣ୍ଡା,ପ୍ରଶାନ୍ତ ବିଶ୍ଵାଳ, ଅମରେନ୍ଦ୍ର ପଟ୍ଟନାୟକ, କଣ୍ଡୁରି ଚରଣ ବେହେରା, ହରିହର ପାଣିଗ୍ରାହୀ, ଲକ୍ଷ୍ମୀ ଧର ସ୍ୱାଇଁ, ଅକ୍ଷୟ ନାୟକ,ପ୍ରମୁଖ ଶତାଧିକ କଳାକାର ଗାୟକ,ଗାୟିକା ବାୟକ, ପାଳିଆ, ଶିଶ୍ୟ, ବହୁ ବୁଦ୍ଧିଜୀବୀ, ବନ୍ଧୁ ପରିଜନ, ଓ ଗ୍ରାମବାସୀ ଯୋଗଦାନ କରି ସ୍ବର୍ଗତ ମହାରଣାଙ୍କ ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା ପୂର୍ବକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ! ସ୍ବର୍ଗତ ମହାରଣା ପୁତ୍ର ନିରଞ୍ଜନ ମହାରଣା ସମସ୍ତଙ୍କୁ ସ୍ୱାଗତ ଓ କୃତଜ୍ଞତା ଜଣାଇ ଥିଲେ !କାର୍ଯ୍ୟକ୍ରମ ପ୍ରାରମ୍ଭରେ କୈଳାଶ ପାଣି ମଙ୍ଗଳା ଚରଣ ପାଠ କରିଥିଲେ !