ବରିଷ୍ଠ ପେନସନଧାରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କରୋନା ମହାମାରୀରୁ ସୁରକ୍ଷିତ ରହିବା ପାଇଁ ବଡ ବଡ ଅନୁଷ୍ଠାନ କୋଟି କୋଟି ଟଙ୍କାର ସହାୟତା କରୁଥିବା ବେଳେ ଅଳ୍ପ କେତେ ଟଙ୍କା ପେନସନ ପାଉଥିବା ଜନୈକ ବରିଷ୍ଠ ପେନସନଧାରୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିବା ଚର୍ଚ୍ଚାର ବିଷୟ ପାଲଟିଛି । କେନ୍ଦ୍ରାପଡା ସହର ଅନ୍ତର୍ଗତ ଟାଉନବଳରାମପୁର ଗ୍ରାମର ୮୮ବର୍ଷର ବରିଷ୍ଠ ନାଗରିକ ତଥା ପେନସନଧାରୀ ବଂଶୀଧର ସେନାପତି କେନ୍ଦ୍ରାପଡା କୋର୍ଟରୁ ବରିଷ୍ଠ ଷ୍ଟେନୋ ଭାବେ ଅବସର ନେଇଛନ୍ତି । ସମ୍ବାଦପତ୍ର ପୃଷ୍ଟାରୁ କରୋନାରେ ହଜାର ହଜାର ଲୋକ ମୃତ୍ୟୁ ବରଣ କରୁଥିବା କଥା ତାଙ୍କୁ ମ୍ରିୟମାଣ କରିଦେଇଛି । ଏତେବଡ ବିପତ୍ତୀରୁ ଉଦ୍ଧାର ନିମିତ ଚିକିତ୍ସା ବାବଦକୁ କୋଟି କୋଟି ଟଙ୍କା ଆବଶ୍ୟକ ହେଉଥିବା ଜାଣିବା ପରେ ସେ ତାଙ୍କ ପେନସନ ଅର୍ଥରୁ ୧୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଆଜି ନାତି ଅନୂପ କୁମାର ସେନାପତିଙ୍କ ସହିତ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଉପରୋକ୍ତ ଅର୍ଥର ଏକ ଚେକ ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ତାଙ୍କ ଠାରୁ ସମ୍ମାନର ସହ ଚେକଟି ଗ୍ରହଣ କରିଥିବା ଶ୍ରୀ ସେନାପତି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ