ବରିଷ୍ଠ ବିଜେଡ଼ି ନେତା ପ୍ରେମାନନ୍ଦଙ୍କ ଦେହାନ୍ତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଜଳକଳଙ୍ଗ ଗ୍ରାମର ବରିଷ୍ଠ ବିଜେଡ଼ି ନେତା ପ୍ରେମାନନ୍ଦ ଜେନାଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ଘଟିଛି । ବାର୍ଦ୍ଧକ୍ୟ ଯୋଗୁଁ ସେ ଗତ ଦୀର୍ଘଦିନ ଧରି ଶାରୀରିକ ଅସୁସ୍ଥତା ଭିତରେ ଦିନ କାଟୁଥିଲା ବେଳେ ଗତ ୨ଦିନ ତଳେ ହଠାତ ତାଙ୍କ ଦେହ ଅତ୍ୟନ୍ତ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ରବି ନାରାୟଣ ଜେନା, ରୁଦ୍ରନାରାୟଣ ଜେନା, ପୁତୁରା ମଧୁସୂଦନ ଜେନା, ଡାକ୍ତର ଗୌରଚ଼ନ୍ଦ୍ର ଜେନା, ନାତି ଅନ୍ନଦା ପ୍ରସାଦ , ବରଦା ପ୍ରସନ୍ନ, ଲଳିତେନ୍ଦୁ, ଲଲାଟେନ୍ଦୁ ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡ଼ି ଦଳ ପାଇଁ ପ୍ରେମାନନ୍ଦ ଜଣେ ଉତ୍ସର୍ଗୀକୃତ ବର୍ଷୀୟାନ୍ ନେତା ଥିଲେ । ସେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାକିରି କରିଥିବା ବେଳେ ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଚାକିରି ଛାଡି ଜନତା ଦଳରେ ସାମିଲ ହୋଇ ରାଜନୀତିକୁ ଆସିଥିଲେ। ସେ ପୂର୍ବତନ ସାଂସଦ ଗୋବିନ୍ଦ ମୁଣ୍ଡାଙ୍କ ହାଟଡିହି ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ। ସେ ଦଳ ପାଇଁ ଅନେକ ବଳିଦାନପୂର୍ଣ୍ଣ କାର୍ଯ୍ୟ କରି ଆଗଧାଡ଼ିର ନେତା, ସଂଗଠକ ଭାବେ ମଧ୍ୟ ବେଶ୍ ପରିଚିତ ହୋଇଥିଲେ । ତାଙ୍କ ଦେହାନ୍ତ ଯୋଗୁଁ ସମ୍ପୂର୍ଣ୍ଣ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବିଭିନ୍ନ ମହଲରେ ଶୋକପ୍ରକାଶ କରାଯାଇଛି। ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ବିୟୋଗ ହାଟତିହି ଅଞ୍ଚଳ ପାଇଁ ଅପୁରଣୀୟ ବୋଲି କହିଛନ୍ତି । ତାଙ୍କ ପରଲୋକ ଖବର ପାଇ ପୂର୍ବତନ ବିଧାୟକ ମାୟାଧର ଜେନା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ପେଡା, ବରିଷ୍ଠ ବିଜେଡି ନେତା ମାର୍କଣ୍ଡ ଚ଼ରଣ ଓଝା, ଗୋପାଳ ନାୟକ, ସଦାଶିବ ଚ଼କ୍ର, କାମପାଳ ନାୟକ, ବୁଦ୍ଧଦେବ ଜେନା, ଭଗବାନ ନାୟକ, ମହେନ୍ଦ୍ର ନାୟକ, ଉପେନ୍ଦ୍ର ସେଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ସଶ୍ମାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ