ବରିଷ୍ଠ ବିଜେଡି ନେତା କଳ୍ପତରୁ ସେଠୀଙ୍କ ଅକାଳ ବିୟୋଗ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଜଳକଳଙ୍ଗ ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ବରିଷ୍ଠ ବିଜେଡି ନେତା କଳ୍ପତରୁ ସେଠୀଙ୍କ ଗତକାଲି ରାତିରେ ଅକାଳ ବିୟୋଗ ଘଟିଛି। ସେ ଖାଇପିଇ ଶୋଇବାକୁ ଯାଉଥିବା ସମୟରେ ଅକସ୍ମାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ପରିବାର ଲୋକେ ଭଦ୍ରକ ଡାକ୍ତରଖାନା କୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଚାକିରିରୁ ଅବସର ନେବାପରେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରି ତାଙ୍କ ପତ୍ନୀ ଅନୁସୟାଙ୍କୁ ସରପଞ୍ଚ ଭାବେ ବିଜୟ କରିବାରେ ସଫଳ ହୋଇଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମରଶରୀର ଭଦ୍ରକ ଡାକ୍ତରଖାନାରୁ ଅଣାଯିବା ପରେ ଓରାଳି ଛକ ଠାରୁ ଏକ ଶୋଭାଯାତ୍ରାରେ ବସନ୍ତିଆ, ମରେଇଗାଁ, ହାଟଡ଼ିହି ଓ ଜଳକଳଙ୍ଗ ଗ୍ରାମ ପରିକ୍ରମା କରାଯାଇଥିଲା। ଏଥିରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପୂର୍ବତନ ବିଧାୟକ ମାୟାଧର ଜେନା, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଜେଡି ନେତା ଦେବାଶିଷ ପାତ୍ର, ଯୁବ ବିଜେଡି ସଭାପତି ରାକେଶ ରାମ, ୩୭ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ୩୬ନଂ ଜୋନ ଜିଲ୍ଲା ପରିଷଦ କୌଶଲ୍ୟା ସେଠି, ପୂର୍ବତନ ପୋୖରାଧକ୍ଷ ଶାନ୍ତନୁ ସେଠି, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସଂଜୁଲତା ବିଶ୍ୱାଳ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା, ବିଜୟ ରାଉତ, ଯୁବନେତା ଅଭିମନ୍ୟୁ ସେଠୀ, ନାରାୟଣ ଜେନା, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଜେନା, ସରପଞ୍ଚ ଚିନ୍ମୟ ନାୟକ, ରବିନ୍ଦ୍ର ଯେନା, ବିଶ୍ୱନାଥ ନାୟକ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅମରେନ୍ଦ୍ର ଧଳ, ନିତ୍ୟାନନ୍ଦ ପହି, ବୁଦ୍ଧଦେଵ ଜେନା, ମାର୍କଣ୍ଡ ଚରଣ ଓଝା, ଶରତ ସେଠୀ, ଚିତ୍ତ ରଞ୍ଜନ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶବା ଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମରଶରୀର କୁ ଗାଁ ସ୍ମଶାନ ରେ ସଂସ୍କାର କରାଯାଇଥିଲା। ଏଥିରେ ଜଳକଳଙ୍ଗ ଗ୍ରାମ ସହିତ ଆଖପାଖ ଅଞ୍ଚଳର ଶହ ଶହ ଲୋକ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ