ବରିଷ୍ଠ ବିଜେଡି ନେତା ଭରତ ନାୟକଙ୍କ ହୃଦଘାତରେ ଦେହାନ୍ତ

କୋଣାର୍କ, (ଗଣେଶ ବେହେରା):କୋଣାର୍କ ଥାନା ଅଧୀନସ୍ଥ କରମଙ୍ଗା ଗ୍ରାମର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସାଂସଦ ପ୍ରତିନିଧି ଭରତ ଚନ୍ଦ୍ର ନାୟକଙ୍କ ଶୁକ୍ରବାର ୩ଘଟିକା ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି। ଖବରରୁ ପ୍ରକାଶ ଯେ କୋଣାର୍କ ଏନଏସି ଅନ୍ତର୍ଗତ ୪ନଂ ଓ୍ବାର୍ଡ କରମଙ୍ଗା ଗ୍ରାମର ଭରତ ଚନ୍ଦ୍ର ନାୟକ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ମେଳାପୀ ମଣିଷ ଭାବେ କୋଣାର୍କ ତଥା ଆଖପାଖ ଅଞ୍ଚଳରେ ସୁପରିଚିତ ଥିଲେ। ଶୁକ୍ରବାର ରାତ୍ର ୩ଘଟିକା ସମୟରେ ହୃଦଘାତରେ ଶିକାର ହେବା ପରେ ଚିକିତ୍ସା ନିମନ୍ତେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେ କାକଟପୁର ନିର୍ବାଚନମଣ୍ଡଳୀ ତଥା କୋଣାର୍କ ଏନଏସିର ଆଗଧାଡିର ବରିଷ୍ଠ ବିଜେଡି ନେତା ଭାବେ ସୁଖ୍ୟାତି ଅର୍ଜନ କରିପାରିଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ରାଜ୍ୟ ବିଜେଡି ସଂପାଦକ ସ୍ବାଧୀନ କୁମାର ନାୟକ, କୋଣାର୍କ ନଗର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରା, କୋଣାର୍କ ବିଜେଡି କୋଷାଧ୍ୟକ୍ଷ ପଦ୍ମ ଚରଣ ବେଉରା, ଚନ୍ଦ୍ରଭାଗା ବଜାର କମିଟି ସଭାପତି ଭାସ୍କର ବେହେରା, କୋଣାର୍କ ହସ୍ତଶିଳ୍ପ ବ୍ଯବସାୟୀ ସଂଘ ସଂପାଦକ ରମେଶ ଚନ୍ଦ୍ର ରଥ, ବରିଷ୍ଠ ଶିକ୍ଷାବିତ ବଟକୃଷ୍ଣ ନାୟକ, ମହଲପଡା ଗ୍ରାମପଞ୍ଚାୟତ ବିଜେଡି ସଭାପତି ନରେଶ ଚନ୍ଦ୍ର ଜେନା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ସ୍ବର୍ଗତ ନାୟକଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନୁରୂପ ଭାବେ କୋଣାର୍କ ବିଜେଡି କାର୍ଯାଳୟ ଠାରେ ବରିଷ୍ଠ ବିଜେଡି ନେତା ଭରତ ଚନ୍ଦ୍ର ନାୟକଙ୍କ ପ୍ରତି ରାଜ୍ୟ ବିଜେଡି ସଂପାଦକ ତଥା ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରା ସମେତ କର୍ମକର୍ତ୍ତା ମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସ୍ବର୍ଗତ ନାୟକଙ୍କ ମରଶରୀର କୁ କୋଭିଡି କଟକଣା ଅନୁଯାୟୀ ପୁରୀ ସ୍ଵର୍ଗଦ୍ଵାର ନିଆଯାଇଥିଲା। ସେଠାରେ କାକଟପୁର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ସ୍ବର୍ଗତ ନାୟକଙ୍କ ଶବଧାରାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶେଷ ଦର୍ଶନ କରିଥିଲେ। ପୁରୀ ସ୍ଵର୍ଗଦ୍ଵାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡପୁଅ ବାବୁନି ନାୟକ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ