ବରିଷ୍ଠ ମୋହରିରଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ତହସିଲ ତଥା ସେଣ୍ଢତୀରା ପଞ୍ଚାୟତ ଶିଆଳିଆ ଗ୍ରାମର ବରିଷ୍ଠ ମୋହରିର ରମେଶ ଚନ୍ଦ୍ର ନାୟକ(୭୭)ଙ୍କ ଶନିବାର ପରଲୋକ ଘଟିଛି । ଗତ ୧୧ ତାରିଖରୁ ସେ କିଡନୀ ଜନିତ ରୋଗରେ ପିଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଥିଲେ । ତାଙ୍କ ମର ଶରୀର ଗ୍ରାମରେ ପହଞ୍ôଚବା ପରେ ଏକ ଶୋକାକୂଳ ପରିବେଶରେ ଅନ୍ତିମ ସତ୍କାର କରାଯାଇଥିଲା । ଏକମାତ୍ର ପୁଅ ବନୁ ମୁଖାଗ୍ନି ଦେଇଥିଲେ । ସେ ଜଣେ ସରଳ, ମେଳାପୀ, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


